ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବୋଲୋଗଡ଼ ପାସେଞ୍ଜେର ହଲ୍ଟ ହେବ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ୍। ବିକାଶ ହିଁ ଏକମାତ୍ର ଲକ୍ଷ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଜନସାଧାରଣଙ୍କ ଆଗ୍ରହ କ୍ରମେ ବୋଲୋଗଡ଼ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ରେ ଷ୍ଟେସନ କରିବା ପାଇଁ ପ୍ରୟାସ କରିଥିଲେ l ଏହି କ୍ରମରେ ସାଂସଦ ମହୋଦୟା General Maneger ଙ୍କୁ ଚିଠି ଲେଖିବା ସହ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହୋଦୟା ସାକ୍ଷାତ କରି ଏହାର ଆବଶ୍ୟକତା ଅବଗତ କରାଇଥିଲେ l
ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ ଆଗାମୀ ସପ୍ତାହରେ ଉଦଘାଟନ ହେବାକୁ ଥିବାବେଳେ ସମସ୍ତ ବୋଲଗଡ ବାସୀ ସାଂସଦ ମହୋଦୟାଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି l ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l
ସେହିପରି ଅଗ୍ନିପଥ ସ୍କିମକୁ ନେଇ ମତାମତ ଦେଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଦୁଇ ପ୍ରକାର ଲୋକ ଅଛନ୍ତି, କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଯୋଜନାକୁ ବୁଝି ନାହାନ୍ତି।ଆମକୁ ସେମାନଙ୍କୁ ବୁଝେଇବାକୁ ପଡିବ। ଏହା ସାମୁହିକ ଦାଇତ୍ୱ ଉଭୟ ଶାସକ ଏବଂ ବିପକ୍ଷ ଦଳର ମଧ୍ୟ ଦାୟିତ୍ୱ।ଏହି କାମ ଚାଲିଛି।ଆଉ ଗୋଟେ ବର୍ଗ ଅଛନ୍ତି ଯେଉଁମାନେ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ସେମାନଙ୍କ ଷ୍ଟାଇଲ ବା ଫାସନ।ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ କ୍ରିୟା ଉପରେ ନକାରାତ୍ମକ ପ୍ରତିକ୍ରିୟା ଦେବା କିଛି ବିରୋଧୀଙ୍କ ଅଭ୍ୟାସ ହୋଇଯାଇଛି।ଯାହା ଦେଶ ହିତରେ କାମ ହେଉଛି ତାକୁ ସମର୍ଥନ କରିବା କଥା। ଆମେ ସମସ୍ତେ ସକାରାତ୍ମକ ଦୃଷ୍ଟିରୁ ଏହି ଯୋଜନାକୁ ଦେଖିବା।ଅଗ୍ନିବୀର ମାନଙ୍କୁ ରାଜ୍ୟ ସରକାର ଆଗ୍ରାଧିକାରୀ ଦେଉ। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅଗ୍ନିବୀରମାନଂକୁ ଅଗ୍ରାଧିକାର ଦେଇଛନ୍ତି ଓଡିଶାରେ ମଧ୍ୟ ପୋଲିସ ନିଯୁକ୍ତି ସମୟରେ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବା କଥା, ପ୍ରାଥମିକତା ଦେବା କଥା।ରାଜ୍ୟ ସରକାରଙ୍କୁ ଅନୁରୋଧ କରିବି ଅନ୍ୟ ରାଜ୍ୟ ଭଳି ସେମାନେ ମଧ୍ୟ ଏହି ନିଷ୍ପତ୍ତି ନିଅନ୍ତୁ।