ୟୁନିଟ ୬ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ହୋଇଛି ଜାତୀୟ ସ୍ତରରେ ଡ଼ଗ ଶୋ: ଭାଗ ନେଲେ ୩୦ରୁ ଅଧିକ ପ୍ରଜାତିର ୪ଶହରୁ ଅଧିକ କୁକୁର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ଵର ୟୁନିଟ ୬ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ହୋଇଛି ଜାତୀୟ ସ୍ତରରେ ଡ଼ଗ ଶୋ । ଓଡିଶା କେନେଲ କ୍ଲବ କଳିଙ୍ଗ ଶାଖା ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏହି ଡ଼ଗ ଶୋରେ ବିଭିନ୍ନ ରାଜ୍ୟରୁ ୩୦ରୁ ଅଧିକ ପ୍ରଜାତିର ୪ଶହରୁ ଅଧିକ କୁକୁର ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ଜର୍ମାନ ସେଫର୍ଡ ପ୍ରଜାତିର କୁକୁରଙ୍କ ପ୍ରତିଯୋଗୀତା ହୋଇଥିଲା ।

ଆଜି ଲାବ୍ରାଡର ପ୍ରଜାତିର କୁକୁରଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଛି । ଏଥିରେ ଦେଶୀ ପ୍ରଜାତିର କୁକୁର ପ୍ରଥମ ପୁରସ୍କାର ପାଇଛି । ଏହା ଓଡ଼ିଶାରେ ପ୍ରଥମ । ପ୍ରଥମ ଥର ପାଇଁ ଏହି ଶୋରେ ଦେଶୀ କୁକୁର ମନୋନୀତ ହୋଇଥିଲା । ଦେଶୀ କୁକୁରକୁ ପାଳି ଟ୍ରେନିଂ ଦେଇଥିଲେ ଭୁବନେଶ୍ୱରର ଗୌରବ ଅଗ୍ରଓ୍ଵାଲ । ଆସନ୍ତାକାଲି ସବୁ ପ୍ରଜାତିର କୁକୁରଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଏଥିରେ ଅଷ୍ଟ୍ରେଲିଆରୁ ଲୁଇ ଡୋନାଲଡ଼ ବିଚାରକ ଭାବେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.