ଜଳେଶ୍ୱର ପୋଲିସକୁ ବଡ଼ ସଫଳତା 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ୱର ପୋଲିସକୁ ବଡ଼ ସଫଳତା  | ୨୬୪ଗ୍ରାମ ବ୍ରାଉନସୁଗାର ସହିତ ନଗଦ ୧୪ଶହ ଟଙ୍କା ,ହୋଣ୍ଡାସ୍କୁଟି ବାଇକ ଜବତ | ଜଣେ ବ୍ରାଉନସୁଗାର ମାଫିଆ ଗିରଫ | ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ |

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏବେ ବ୍ରାଉନସୁଗାର କାରବାରର ହବ ପାଲଟିଛି | ଯାହାକି ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି | ଆଜି ସକାଳ ସମୟରେ ଜଳେଶ୍ୱର ଥାନା ଅମ୍ବଳିଅଠା ଛକ ଠାରେ ବ୍ରାଉନ ସୁଗାର ବେପରର ଡିଲ ଚାଲିଥିଲା ବେଳେ ପୂର୍ବରୁ ଖବର ପାଇ ଛକିବସିଥିବା ପୋଲିସ ରାଜପୁର ଅଂଚଳର ବ୍ରାଉନସୁଗାର ମାଫିଆକୁ ଗିରଫ କରିଥିଲେ |

ତାଙ୍କ ନିକଟରୁ ୨୬୪ଗ୍ରାମ ବ୍ରାଉନସୁଗାର ନଗଦ ୧୪୦୦ ଟଙ୍କା ଏକ ହୋଣ୍ଡାସ୍କୁଟିକୁ ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର ଏସପି ସାଗରିକା ନାଥ  | ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କାହେବ  | ପୋଲିସ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି ୨୪୪ନଂ ମୂଳେ ମାମଲା ୠଜୁକରି ଅଧିକ ତଦନ୍ତ ଜାରୀ ରଖିଛି |

Leave A Reply

Your email address will not be published.