ଡିଭାଇଡରକୁ ଧକ୍କା ଦେଲା ଦାକ୍ଷାୟାନୀ ନାମକ ଯାତ୍ରୀବାହୀ ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୬୦ ନଂ ଜାତୀୟ ରାଜପଥ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଡିଭାଇଡରକୁ ଧକ୍କା ଦେଲା ଦାକ୍ଷାୟାନୀ ନାମକ ଯାତ୍ରୀବାହୀ ବସ୍, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ |

ସୁଚନା ଅନୁଯାୟୀ ବାଲେଶ୍ବର ରୁ କଲିକତା ଅଭିମୁଖେ ଯାଉଥିବା ଦାକ୍ଷାୟାନୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ଗୋଟାଏ ସମୟରେ ବାଲେଶ୍ୱର ଜିଲ୍ଲା
ବସ୍ତା ଥାନା ଅର୍ନ୍ତଗତ ୬୦ ନଂ ଜାତୀୟ ରାଜପଥର ଇନ୍ଦିରାଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା, ସୌଭାଗ୍ୟକୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି |

ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ସମସ୍ତ ଯାତ୍ରୀଙ୍କୁ ପଠା ଯାଇଛି | ବିଳମ୍ବିତ ରାତିରେ ଡ଼୍ରାଇଭର ଙ୍କ ଆଖି ଲାଗି ଯାଇଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରା ଯାଉଛି |ଘଟଣା ସ୍ଥଳରୁ ବସର ସମସ୍ତ କର୍ମଚାରୀ ଫେରାର ଅଛନ୍ତି | ବସ୍ତା ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.