ବାଲିଆପାଳ ସ୍ବାଭିମାନ ମଞ୍ଚ ପକ୍ଷରୁ ସତ୍ୟର ସମାବେଶ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିଆପାଳ ସ୍ବାଭିମାନ ମଞ୍ଚ ପକ୍ଷରୁ ସତ୍ୟର ସମାବେଶ ଅନୁଷ୍ଠିତ| ସୂଚନା ଅନୁସାରେ ବାଲିଆପାଳ ର ବିକାଶ ପାଇଁ ସ୍ବାଭିମାନ ମଞ୍ଚ ପକ୍ଷରୁ ବାରମ୍ବାର ପ୍ରତିବାଦ ପରେ ବାଲିଆପାଳ କୁ ସରକାର ଏନ୍ ଏ ସି ର ମାନ୍ଯତା ଦେବା ସହିତ ମେଡିକାଲ, ରାସ୍ତା ଘାଟ ର ଉନ୍ନତି କରଣ କରିଛନ୍ତି।

କିନ୍ତୁ ସାଧାରଣ ନିର୍ବାଚନ ସମୟ ଥିବା ରୁ ବିଭିନ୍ନ ଦଳର ବହୁ ରାଜନେତା ମାନେ ଏଠାକୁ ଛୁଟି ଆସି ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ସହ ଭାଷଣ ବାଜି କରୁଛନ୍ତି। ତେବେ ସ୍ବାଭିମାନ ମଞ୍ଚ ପକ୍ଷରୁ ବାଲିଆପାଳ ର ସ୍ବାଭିମାନ କୁ ବଜାୟୀ ରଖିବା ଉଦ୍ଦେଶ୍ୟରେ ଆଜି ଅପରାହ୍ନ ପାଞ୍ଚଟା ସମୟରେ ଡାକବଙ୍ଗଳା ଛକ ଠାରୁ ଖଗଡାପାଳ ମନ୍ଦିର ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି।

ବାଲିଆପାଳ ର ବିକାଶ ପାଇଁ ସତ୍ୟ ଘଟଣା କୁ ଉନ୍ମୋଚନ କରିଆସୁଥିବା ସ୍ବାଭିମାନ ମଞ୍ଚ ଆଗାମୀ ଦିନରେ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ନେତୃତ୍ବ ମଣ୍ଡଳୀ ମାନଙ୍କୁ ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ସଭାପତି।

Leave A Reply

Your email address will not be published.