ଓଡ଼ିଆ ନ୍ୟୁଜ୍: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ସିଭିଲ ହସ୍ପିଟାଲରେ ଚିହ୍ନଟ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଆଜି ରାଜକୋଟରେ ରୂପାନୀଙ୍କ ହେବ ଶେଷକୃତ୍ୟ ।
ଜୁନ୍ ୧୨ ତାରିଖରେ ବିଜୟ ରୂପାଣୀ ତାଙ୍କ ଝିଅଙ୍କୁ ଭେଟିବା ପାଇଁ ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭ ବିମାନରେ ଲଣ୍ଡନ ଯାଉଥିଲେ । କିନ୍ତୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ରୂପାଣୀ ମୃତ୍ୟୁବରଣ କରିଥିଲେ । ଜୁନ୍ ୧୭ରେ ରାଜକୋଟରେ ଏବଂ ଜୁନ୍ ୧୯-୨୦ରେ ଗାନ୍ଧୀନଗରରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ଏପର୍ୟ୍ୟନ୍ତ ୯୨ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି ।