ବିଲକିସ ବାନୋ ମାମଲା; ଆସନ୍ତା 21 ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବେ ଦୋଷୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଲକିସ ବାନୋ ମାମଲା । ଆସନ୍ତା 21 ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବେ ଦୋଷୀ । ବିଲକିସ୍ ବାନୋ ମାମଲାରେ ଦୋଷୀମାନେ ସରେଣ୍ଡର କରିବାର ଅବଧି ସମ୍ପ୍ରସାରଣ ନିବେଦନ କରିଥିଲେ। ତେବେ ସେମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଶୀର୍ଷ ନ୍ୟାୟାଳୟ ସମସ୍ତ ଦୋଷୀଙ୍କ ପକ୍ଷରୁ ଦାଖଲ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଜଷ୍ଟିସ୍ ବି.ଭି. ନାଗରତ୍ନାଙ୍କ ପୀଠ ସବୁ ଆବେଦନକୁ ଅଗ୍ରାହ୍ୟ କରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦୁଇ ସପ୍ତାହରେ ଆତ୍ମସମର୍ପଣ କରିବାକୁ ପିଛିଲା ଆଦେଶର ଅନୁପାଳନ କରାଯାଉ।

ପ୍ରକାଶଥାଉକି, ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ 3ଜଣ ଦୋଷୀ ଗୁରୁବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଆସନ୍ତା 21 ତାରିଖରେ ଆତ୍ମସମର୍ପଣର ଅବଧି ଶେଷ ହେବାକୁ ଥିବା ବେଳେ ଅବଧି ବଢ଼ାଇବା ପାଇଁ କୋର୍ଟକୁ ନିବେଦନ କରିଥିଲେ। ଜଣେ ଦୋଷୀ 4 ସପ୍ତାହର ଅବଧି ମାଗିଥିବା ବେଳେ ଅନ୍ୟ ଦୁଇଜଣ 6 ସପ୍ତାହର ଅବଧି ମାଗିଥିଲେ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅବଧି ବୃଦ୍ଧି କରିବା ପାଇଁ ଅପିଲ କରିଥିଲେ ଅଭିଯୁକ୍ତ ।

ସୁପ୍ରିମକୋର୍ଟ ଗତ ଜାନୁୟାରୀ ୮ ତାରିଖରେ ବିଲକିସ୍ ବାନୋ ମାମଲାରେ ସମସ୍ତ ୧୧ ଜଣ ଦୋଷୀଙ୍କ ମୁକ୍ତିକୁ ରଦ୍ଦ କରିଦେଇଥିଲେ ଓ ଆଦେଶରେ କହିଥିଲେ ସମସ୍ତ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ହେବ। ଏହି ସମସ୍ତ ଦୋଷୀ ଗୁଜରାଟର ବାସିନ୍ଦା। ଏଥିରେ ଦୋଷୀମାନେ କହିଥିଲେ ଯେ ସେମାନେ ଯେବେଠୁ ଜେଲରୁ ମୁକୁଳିଲେଣି ସେବେଠୁ ନିଜ ପରିବାର ସହ ରହୁଛନ୍ତି ଓ ଏହି ଅବଧିରେ କୌଣସି ଅପରାଧ କରି ନାହାନ୍ତି।ତେବେ ସୁପ୍ରିମକୋର୍ଟ ୧୧ ଦୋଷୀଙ୍କ ମୁକ୍ତି ଉପରେ ପ୍ରଶ୍ନ କରିଥିଲେ। କୋର୍ଟ କହିଥିଲେ ଯେ ମହାରାଷ୍ଟ୍ର କୋର୍ଟରେ ଦିଆଯାଇଥିବା ଦଣ୍ଡକୁ କ୍ଷମା କରିବାକୁ ଅଧିକାର ଗୁଜରାଟ ସରକାରଙ୍କ ନିକଟରେ ନାହିଁ। ଗୁଜରାଟ ସରକାର ମେ ୨୦୨୨ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାୟର ନ କରି ମହାରାଷ୍ଟ୍ର ସରକାରଙ୍କ ଶକ୍ତି ଛଡାଇ ନେଇଥିଲେ।

Leave A Reply

Your email address will not be published.