ଗିନିଜ୍‌ ବୁକ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଖୁସି ପ୍ରକାଶ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଗିନିସ ବୁକ୍‌ ଅଫ ରେକର୍ଡସରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ। ମାତ୍ର ୧୫ ମାସ ମଧ୍ୟରେ ରାଉରକେଲାରେ ଗଢି ଉଠିଥିଲା ଷ୍ଟାଡିୟମ । ୨୧ ହଜାର ୮୦୦ ଦର୍ଶକ ଧାରଣ କ୍ଷମତା ରଖିଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ଆଜି ବିଶ୍ୱକପ ଫାଇନାଲ ଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 5T ସଚିବ ଭି କେ ପାଣ୍ଡିଆନ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଖୁସି ବାଣ୍ଟିବା ସମୟର ଭିଡିଓ ପୋଷ୍ଟ କରିଛନ୍ତି। ନବ ନିର୍ମିତ ହକି ଷ୍ଟାଡିୟମ ଚଳିତ ମାସରେ ଲୋକାର୍ପିତ ହୋଇଥିଲା।

ଗତ ୧୩ ତାରିଖରେ ଏଠାରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଥିଲା। ଏହି ଷ୍ଟାଡିୟମ ନିର୍ମାଣ କାମ ୧୫ ମାସ ଭିତରେ ଶେଷ ହୋଇଥିଲା। ହକିର ବିକାଶ, ପ୍ରଚାର ପ୍ରସାର ଓ ରାଜ୍ୟରେ ହକି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ରାଉରକେଲାରେ ପ୍ରାୟ ୨୬୦ କୋଟି ଟଙ୍କା ବ୍ୟୟରେ ଏହି ଅନ୍ତର୍ଜାତୀୟ ମାନର ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମରେ ଚଳିତ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ସହ ଅନେକ ମ୍ୟାଚ୍‌ ଖେଳାଯାଇଛି। ଷ୍ଟାଡିୟମ ପରିସରରେ ଖେଳାଳିଙ୍କ ରହଣି ପାଇଁ ହକି ଭିଲେଜ ମଧ୍ୟ ନିର୍ମାଣ କରାଯାଇଛି।

 

Leave A Reply

Your email address will not be published.