ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ଅଭିଯୋଗ, ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ମହିଳା କମିଶନରଙ୍କ ପାଖରେ ଅଭିଯୋଗ କରିଛି ବିଜେଡ଼ି । ଜୟ ନାରାୟଣ ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ମହିଳାଙ୍କ ପ୍ରତି କୁତ୍ସିତମନ୍ତବ୍ୟ ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଏହା ସମ୍ପୂର୍ଣ ମହିଳା ଜାତି ପାଇଁ ଘୃଣ୍ୟ । ପଦ୍ମପୁର ରେ ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ବିଜେପିର ବରିଷ୍ଠ ନେତା ଏଭଳି ମନ୍ତବ୍ୟ ଦେବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛି ବିଜେଡି । ଏଥିପାଇଁ ଆଜି ଆମେ ମହିଳା କମିଶନରଙ୍କ ପାଖରେ ଫେରାଦ ହୋଇଛୁ । ଜୟ ନାରାୟଣ ମିଶ୍ରଙ୍କୁ ପଦ୍ମପୁର ପ୍ରଚାରରୁ ନିବୃତ୍ତ ରହିବା ପାଇଁ ମଧ୍ୟ ଦାବି କରିବା ସହିତ ତାଙ୍କ ଉପରେ ଉଚିତ କାର୍ଯ୍ୟନୁଷ୍ଠାନ ନେବାକୁ ମହିଳା କମିଶନରଙ୍କ ପାଖରେ ଦାବି କରିଛି ବିଜେଡି ।

Leave A Reply

Your email address will not be published.