ଜୟ ନାରାୟଣ ମିଶ୍ରଙ୍କ ବୟାନ ଉପରେ ସମୀର ମହାନ୍ତି ସ୍ପଷ୍ଟୀକରଣ ରଖନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲା ବିଜେଡି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି। ଶାସକ ଦଳ ଏଥିପାଇଁ ତାଙ୍କ ପଛରେ ପଡିଛି,ତାଙ୍କୁ ମ୍ୟାନେଜ କରିପାରିଲେ ନାହିଁ। ତାଙ୍କ ସ୍ଥାନରେ ଥାଇକି ପୂର୍ଵରୁ ମ୍ୟାନେଜ ହେଉଥିଲେ କିନ୍ତୁ ତାଙ୍କୁ ମ୍ୟାନେଜ କରାଯାଇ ପାରିଲା ନାହିଁ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସେ ମାନିଛନ୍ତି ତାଙ୍କ ସ୍ଥାନ, କିମ୍ବା ସମସ୍ତରର ନେତାଙ୍କୁ ଶାସକ ଦଳ ଦ୍ୱାରା ମ୍ୟାନେଜ ହେଉଥିଲେ। ପୂର୍ବତନ ବିରୋଧୀ ଦଲ ନେତା ପ୍ରଦୀପ୍ତ ନାୟକ, ଉପ ନେତା ବିଷ୍ଣୁ ସେଠୀ, ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉଦାହରଣ ଦେଇ ସମାଲୋଚନା କରିଛି ବିଜେଡି।

ଏମାନେ ମ୍ୟାନେଜ ହୋଇଥିଲେ ବୋଲି କହୁଛନ୍ତି କି ଜୟ ନାରାୟଣ ବୋଲି ବିଜେଡି ପ୍ରଶ୍ନ କରିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଚପଲ ମାଡ଼ କରାଇଥିଲେ ଜୟ ନାରାୟଣ। କିନ୍ତୁ ଆଜି ସମୀର ମହାନ୍ତି ନିରବ କାହିଁକି। ଯେତେବେଳେ ତାଙ୍କ ଦଳର ନେତା, ତାଙ୍କ ଦଳର ଅନ୍ୟ ନେତାଙ୍କ ବିରୋଧରେ ମିଡିଆ ଆଗରେ କହୁଛନ୍ତି। ଏ ବାବଦରେ ସମୀର ମହାନ୍ତି ସ୍ପଷ୍ଟୀକରଣ ରଖନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

Leave A Reply

Your email address will not be published.