ପହିଲି ରଜରେ ଗ୍ୟାସ ଦର ବୃଦ୍ଧିକୁ ନେଇ ରାଜରାସ୍ତାରେ ଗର୍ଜୁଛି ବିଜେଡି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ପହିଲି ରଜ। ଚାରିଆଡେ ଉତ୍ସବମୁଖର ପରିବେଶ।  ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ ଖେଳିଯାଉଥିବା ବେଳେ ରାଜନୀତି ପାଣିପାଗ କିନ୍ତୁ ଭିନ୍ନ ରହିଛି। କାରଣ ଆଜି ଉଭୟ ବିଜେଡି ବିଜେପି ପିଠାପଣା ଛାଡି ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେଥିପାଇଁ ସେମାନେ ଆସନ୍ତାକାଲିଠାରୁ ରଣ ହୁଙ୍କାର ଦେଇଛନ୍ତି। ଆଜି ବିଜେପି ରାଜ୍ୟରେ ହେଉଥିବା ବିଜୁଳି ବିଭ୍ରାଟ ନେଇ ଆନ୍ଦୋଳନ କରିବ।

ମୁଖ୍ୟତଃ ଟାଟା ପାୱାରର ମନମୁଖୀ ଶାସନ ବାରମ୍ବାର ବିଜୁଳି କଟ ବିରୋଧରେ ଏହି ଆନ୍ଦୋଳନ। ଦଳ କର୍ମିମାନେ ରାଜ୍ୟର ସମସ୍ତ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ କରିବେ। ସେଥିପାଇଁ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି।

ଅନ୍ୟପଟେ ବିଜେଡି ମଧ୍ୟ ଆଜି ରାଜରାସ୍ତାକୁ ଓହ୍ଲାଇଛି । କେନ୍ଦ୍ର ସରକାର ଗ୍ୟାସ ଦରରେ ଆହୁତେକ ବୃଦ୍ଧି ବିରୋଧରେ ଏହି ରଣହୁଙ୍କାର ଦେବ। ଦଳର କର୍ମିମାନେ ଆଜି ରାଜଭବନ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି। ଦଳ କହିଛି ଯେ, ୨୦୧୪ ମସିହାରେ ଯେଉଁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧୩୦ ଟଙ୍କାରେ ପହଞ୍ଚିଛି। ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢି ଗଲାଣି।

ଯଦି କେନ୍ଦ୍ର ଏହାର ମୂଲ୍ୟ ହ୍ରାସ ନ କରେ ତେବେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ତୀବ୍ର କରିବ ବୋଲି ଧମକ ଦେଇଛି।

Leave A Reply

Your email address will not be published.