ଓଡ଼ିଆ ନ୍ୟୁଜ୍: ଆଜି 6 ଘଣ୍ଟିଆ ପୁରୀ ବନ୍ଦ । ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେଡି ନେତା କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଫଳରେ ଦୋକାନ ବଜାର ବନ୍ଦ ରହିଛି । ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ଆଶିଂକ ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବିଜେଡ଼ି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ଡାକରା ପ୍ରଭାବ ଆଂଶିକ ପଡିଥିବା ଦେଖିବାକୁ ମିଳିଛି । ସକାଳୁ ଘରୋଇ ବସ ଚଳାଚଳ ବନ୍ଦ ରହିଛି ।
ଦିନ 12ଟା ପରେ ଚାଲିବ । ବସ ବସଷ୍ଟାଣ୍ଡ ଓ ବଡଦାଣ୍ଡରେ ଦୋକାନ ବଜାର ବନ୍ଦ ରହିଛି ।ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟରେ କିଭଳି ମୃତ୍ୟୁ ହେଲା ଏବଂ ମୃତ୍ୟୁର କାରଣ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି । ପୋଲିସର ତଦନ୍ତ ଉପରେ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି । ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସରକାର ଉନ୍ମୋଚନ କରନ୍ତୁ ବୋଲି ବିଜେଡି ଦାବି କରିଛି । ଏଥିସହ ରାଜ୍ୟ ସରକାର ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ବିଜେଡି ଅଭିଯୋଗ କରିଛି ।