ବିଜେଡି ପୁଣି ସରକାର କରିଥାନ୍ତା : ସୁନନ୍ଦା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ସୁନନ୍ଦା ବିଜେଡିରୁ ଇସ୍ତଫା ଦେବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି।   ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି ବୋଲି କହିଛନ୍ତି ସୁନନ୍ଦା ଦାସ l ତେବେ ତତ୍‌କାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାଁ ନ ନେଇ ବିଜେଡି ଉପରେ ବର୍ଷିଛନ୍ତି ସୁନନ୍ଦା l ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି କହୁଥିଲେ ତତ୍‌କାଳୀନ ବିଜେଡି ସାଂଗଠନିକ ସମ୍ପାଦକ l

ଏପରିକି ଟିକେଟ ଦେବା ଲୋକ ମୁଁ ଓ ଟିକେଟ କାଟିବା ଲୋକ ମୁଁ ବୋଲି ମଧ୍ୟ କହିଥିଲେ l ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା l ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକି ମିଶାଇଥିଲେ l ୨୦୧୯ରେ ନିର୍ବାଚନ ଜିତିବା ପରେ ବରୀବାସୀଙ୍କ ପାଇଁ କାମ କରୁଥିଲି l ମୋ ଟିକେଟ କାହିଁକି କଟିଲା ତାଙ୍କୁ ପଚାରନ୍ତୁ ସେ କହି ପାରିବେ ବୋଲି କହିଛନ୍ତି ସୁନନ୍ଦା l ତେବେ ତତ୍‌କାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାଁ ନ ନେଇ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ସୁନନ୍ଦା। ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ। ତେଣୁ ମୋର ତାଙ୍କ ଉପରେ ଟିକେଟ୍ ମିଳିବା ନେଇ ସମ୍ପୂର୍ଣ୍ଣ ଭରସା ଥିଲା।

ସେ କହିଥିଲେ ଟିକେଟ୍ ଦେବା ଲୋକ ମୁଁ, ଏବଂ ଟିକେଟ୍ କାଟିବା ଲୋକ ମୁଁ। ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକିକି ମିଶାଇଥିଲେ। ୨୦୧୯ରେ ମୁଁ ବରୀରେ ନିର୍ବାଚନ ଜିତିବା ପରେ ବରୀବାସୀଙ୍କ ପାଇଁ କାମ କରୁଥିଲି। ରାତିରେ ମୋତେ ବେଷ୍ଟ ଅଫ୍ ଲକ୍ କୁହାଯାଇ ସକାଳେ ମୋ ଟିକେଟ୍ କଟାଯାଇଛି। ତେଣୁ ଟିକେଟ୍ କାହିଁକି କଟିଲା , ତାଙ୍କୁ ପଚାରନ୍ତୁ ସେ କହିପାରିବେ। ମୋ ଟିକେଟ୍ ସେ ହିଁ କାଟିଛନ୍ତି ବୋଲି କହିଛନ୍ତି ସୁନନ୍ଦା। ଆହୁରି ମଧ୍ୟ ସେ କହିଛନ୍ତି ନବୀନ ବାବୁ ନିଜେ ଟିକେଟ୍ ବାଣ୍ଟିଥିଲେ, ବିଜେଡି ପୁଣି ସରକାର କରିଥାନ୍ତା।

Leave A Reply

Your email address will not be published.