ନଭେମ୍ବରରୁ ଅନୁଭୂତ ହେବ ଶୀତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାରା ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିଛି। କାଁ ଭାଁ କିଛି ଅଞ୍ଚଳରେ ହାଲୁକା ବର୍ଷା ହେଉଛି। ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ। ଦୀପାବଳି ଦିନ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାର ଚାନ୍ଦବାଲି, ସମ୍ବଲପୁର, ଢେଙ୍କାନାଳ, ନୂଆପଡା, ନବରଙ୍ଗପୁର, ଜଗତସିଂହପୁର‌େ‌ର ବର୍ଷା ହୋଇଛି। ଦକ୍ଷିଣ ଛତିଶଗଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

ସେହିପରି ବୁଧବାର ରାଜଧାନୀ ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, କୋରାପୁଟ ଓ ରାୟଗଡ଼ା ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଦିନକ ପରେ ଦୀପାବଳି। ଏତେବେଳକୁ ଶୀତ ପଡିବା କଥା, ହେଲେ ଶୀତ ଅନୁଭୂତ ହୋଇନାହିଁ। ବାତ୍ୟା ‘ଦାନା’ ପ୍ରଭାବ ଯୋଗୁଁ ୨୩ ତାରିଖରୁ ପାଗ ମେଘୁଆ ଥିବାବେଳେ ମଙ୍ଗଳବାର ସ୍ବାଭାବିକ ହୋଇଛି। ଅକ୍ଟୋବର ୩୧ରୁ ରାତି ତାପମାତ୍ରା କମିବା ଦ୍ବାରା ଶୀତ ଅନୁଭୂତ ହେବ। ଉତ୍ତର ଭାରତରୁ ରାଜ୍ୟକୁ ଥଣ୍ଡା ପବନ ବହିବ। ନଭେମ୍ବର ୧ରୁ ୫ତାରିଖ ମଧ୍ୟରେ ରାତି ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଦୀପାବଳି ରାତିରୁ ରାଜ୍ୟରେ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

Leave A Reply

Your email address will not be published.