ବିଜେଡିର ଶକ୍ତି ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀ ଅଧୀନ ମୋରଡା ବ୍ଲକର ୩୮ ନମ୍ବର ଜୋନରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ଜୋନସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି | ବିଜେଡି ନେତା ସଂଜୀବ ଦେ ଓ ମୋରଡା ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ସଭାରେ ମୋରଡା ବିଧାୟକ ରାଜକିଶୋର ଦାସ, ବ୍ଲକ ଅଧକ୍ଷ ପି୍ଥନାଥ ସୋରେନ, ଜିଲ୍ଲା ପରିଷଦ ସଭ୍ୟ ଅଭିରାମ ଭୋଇ, ମିନାକ୍ଷୀ ସୋରେନ, ବରିଷ୍ଠ ନେତା କ୍ଷିତୀଶ ମହାନ୍ତ,ନାରୀନେତ୍ରୀ ବିଦ୍ୟୁତ ପ୍ରଭା ବେହେରା, ଗଡିଆ ସରପଞ୍ଚ ବାସନ୍ତୀ ଟୁଡୁ, ସମିତି ସଭ୍ୟା ଉପସ୍ଥିତ ଥିଲେ |

ପ୍ରଥମ ପର୍ଯ୍ୟାୟରେ କୃଷ୍ଣାନନ୍ଦ ମହାନ୍ତି ବିଜେଡି ସରକାରର ଲୋକଙ୍କ ପାଖରେ ପହଞ୍ଚିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଆଗାମୀ ଜୁଲାଇ ମାସରୁ ବିଦ୍ୟୁତ ଦେୟ ଛାଡ ଉପରେ ଲୋକଙ୍କୁ ଅବଗତ କରାଇଥିଲେ| ପରେ ପରେ ମୋରଡା ବ୍ଲକ ଯୁବ ସଭାପତି ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ସ୍ଥାନୀୟ ନୂଆଝାଳିଆ ପଞ୍ଚାୟତରୁ ଆରମ୍ଭ କରାଯାଇ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ମୋରଡା ବିଧାୟିକା ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋଙ୍କୁ ଆଦିବାସୀ ସଂସ୍କୃତି ନାଚର ତାଳେ ତାଳେ ମଞ୍ଚ ନିକଟକୁ ପାଛୋଟି ଅଣାଯିବା ପରେ ଫୁଲମାଳ ଓ଼ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା| ତେବେ ଉକ୍ତ ସଭାରେ ମୋରଡା ବିଧାୟକ ଶ୍ରୀ ଦାସ ବିଜେପି ସରକାରକୁ ମିଛୁଆ ସରକାର କହିବା ସହିତ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପରେ ବର୍ଷିଥିଲେ | ପୂର୍ବରୁ ଶ୍ରୀ ମହାପାତ୍ର ଜମି ଦୁର୍ନୀତି ମାମଲା, ଟୋଲ ଗେଟରୁ ଟଙ୍କା ଆଦାୟ କରି ତାଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି କହିଥିଲେ ଶ୍ରୀ ଦାସ |

ଏହାପରେ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋ ନିଜ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ନବୀନ ପଟ୍ଟନାୟକ ଗରିବଙ୍କ ସାଥୀ ବୋଲି କହିଥିଲେ | ତେଣୁ ଆସନ୍ତା ନିର୍ବାଚନରେ ଦୁଇ ଦୁଇଟି ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ |ଏହାପରେ ପରେ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ନିଜର ବ୍ୟକ୍ତବ୍ୟ ରଖିଥିଲେ | ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ପ୍ରତିଟି ଯୋଜନା କରିଛନ୍ତି ବୋଲି କହିଥିଲେ | ଓଡିଶା ହେଉଛି ନବୀନଙ୍କ ପରିବାର ବୋଲି ମଧ୍ୟ କହିଥିଲେ ଶ୍ରୀ ମାର୍ଣ୍ଡି. ତେଣୁ ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବାକୁ ହେଲେ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଶ୍ରୀ ମାର୍ଣ୍ଡି |

Leave A Reply

Your email address will not be published.