ମନ୍ତ୍ରୀ ନବ ଦାସଙ୍କ ଦ୍ୱାରା ବିଜେପି କର୍ମୀଙ୍କୁ ମରଣାନ୍ତ୍ରକ ଆକ୍ରମଣ,ସିଇଓଙ୍କୁ ଫେରାଦ ହେଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ କାରଣରୁ ପଦ୍ମପୁର ଉପନିର୍ବାଚନ ଅବସରରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆଜି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନର ପକ୍ଷପାତିତା ଆଚରଣ କାରଣରୁ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବେଫିକର ହୋଇ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ କରୁଛି । ଶାସନ କଳର ଅପବ୍ୟବହାର ସହିତ ଟଙ୍କାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରୀ ରଖିଥିବା ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ । ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ପଦ୍ମପୁର ଉପନିର୍ବାଚନ ଜିତିବା ଲାଳଶାରେ ମଣିଷତ୍ୱକୁ ଭୁଲି ରାକ୍ଷସ ପାଲଟି ଯାଇଛନ୍ତି । ଶାସକ ଦଳର ଗୁଣ୍ଡାରାଜ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିଜେପି ତରଫରୁ ବାରମ୍ବାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରାଯାଉଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଚିନ୍ତାଜନକ ।

ପଦ୍ମପୁର ଉପନିର୍ବାଚନରେ ପୋଲିସ ଓ ପ୍ରଶାସନ ଅକ୍ଷମ ହୋଇଥିବାରୁ ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ଦାୟୀତ୍ୱ କେନ୍ଦ୍ରୀୟ ସୁରକ୍ଷା ବଳ ହାତକୁ ଦିଆଯାଉ । ରାଜ୍ୟ ନିର୍ବାଚନ ଅଧିକାରୀ କାଠପୁତୁଳି ହୋଇ ଶାସକ ବିଜେଡିର ଇଙ୍ଗିତରେ କାର୍ଯ୍ୟ କରୁଥିବାର ସନ୍ଦେହ ବୃଦ୍ଧି ପାଇଚାଲିଛି । ପଦ୍ମପୁର ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ଏଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କାର୍ଯ୍ୟ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟୀ ଆନ୍ଦୋଳନ କରିବା ସହିତ ବିଧାନସଭାରେ ମଧ୍ୟ ଉପସ୍ଥାପନା କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ପିଏସି କମିଟି ଅଧ୍ୟକ୍ଷ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ବାହାର ଅଂଚଳରୁ ଗୁଣ୍ଡାମାନଙ୍କୁ ଆଣି ଶାନ୍ତିପ୍ରିୟ ପଦ୍ମପୁର ଅଂଚଳବାସୀଙ୍କୁ ଧମକଚମକ ଦେବା ସହିତ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହିଂସାତ୍ମକ ଆଭିମୁଖ୍ୟ ଆପାଣାଉଛନ୍ତି । ଗତ କାଲି ପାଇକମାଲ ଢେଙ୍କିମୁଣ୍ଡା ପଂଚାୟତର ଚୁହୁରିପଡା ଗ୍ରାମର ୩ଜଣ ବିଜେପି କାର୍ଯ୍ୟକର୍ତା ବିନୋଦ ବାଗ୍‌, ଅନିରୁଦ୍ଧ ବାଗ ଏବଂ ସୁନୀଲ ବାଗଙ୍କ ଉପରେ ମନ୍ତ୍ରୀ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ତାଙ୍କ ଗୁଣ୍ଡାମାନେ ଟାଙ୍ଗିଆ ଦ୍ୱାରା ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୁରୁତର ଆହତ ହୋଇ ଏହି ୩ ଜଣ ବିଜେପି କାର୍ଯ୍ୟକର୍ତା ବର୍ତମାନ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି । ମନ୍ତ୍ରୀ ଶ୍ରୀ ଦାସଙ୍କ ଗୁଣ୍ଡାମାନେ ବିଭିନ୍ନ ସ୍ଥାନରେ ଏଭଳି ହିଂସାକାଣ୍ଡ ଭିଆଇ ଚାଲିଛନ୍ତି । ନିଜ ସ୍ୱାର୍ଥକୁ ସଂପାଦନା କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ନିଜ ନିର୍ବାଚନମଣ୍ଡଳୀ ଝାରସୁଗୁଡାରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଅବସ୍ଥାପିତ କରାଇଛନ୍ତି । ଏହା ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଆଇନ-୧୯୫୧ର ଖୋଲାଖୋଲି ଉଲ୍ଲଂଘନ । ଏଭଳି ହିଂସାକାଣ୍ଡ ଭିଆଇଥିବା ମନ୍ତ୍ରୀ ଶ୍ରୀ ଦାସଙ୍କ ସମସ୍ତ ଗୁଣ୍ଡାଙ୍କୁ ତୁରନ୍ତ ଗିରଫ କରିବା ସହିତ ମନ୍ତ୍ରୀ ଶ୍ରୀ ଦାସଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେହିପରି ବିଜେଡି ବିଧାୟ ଶ୍ରୀ ମନୋହର ରନ୍ଧାରୀ ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଅଇନ-୧୯୫୧କୁ ଫୁ କରିଦେଇ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଖୋଲାଖୋଲି ଭାବେ ଦିନ ଦ୍ୱିପ୍ରହରରେ ଦା ଏବଂ କମ୍ବଳ ବଂଟି ଭୋଟ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି । ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ସହିତ ବିଧାୟକ ଶ୍ରୀ ରନ୍ଧାରୀଙ୍କୁ ମଧ୍ୟ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ କରାଯିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ।ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଓ ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.