ରାତି ପାହିଲେ ପଦମପୁର ଭୋଟ, ବିଜେପି ବିଜେଡ଼ି ଭିତରେ ଥମୁନି ଆରୋପ ପ୍ରତ୍ୟାରୋପ ରାଜନୀତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ରାତି ପାହିଲେ ପଦମପୁର ଭୋଟ । ଭୋଟ କୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଅଭିଯୋଗ ଓ ପ୍ରତି ଅଭିଯୋଗ ରାଜନୀତି ଥମିବାର ନା ଧରୁନି । ଆଜି ସନ୍ଧ୍ୟାରେ ଭୋଟ ପାଇଁ ନୋଟ ବିଞ୍ଚାଯାଉଛି ଅଭିଯୋଗ ଧରି ବିଜେପି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ପୁଣି ଫେରାଦ ହୋଇଛି ବିଜେଡି । ସମସ୍ତଙ୍କ ସାମ୍ନାରେ ବିଜେପିର ନେତା ତଥା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଟଙ୍କା ବଣ୍ଟୁଥିବା ବେଳେ ଧାରା ପଡିଛନ୍ତି ଆଉ ଏହାପରେ ତାଙ୍କ ଗାଡ଼ି କୁ ସିଯ ମଧ୍ୟ କରାଯାଇଛି । ବିଜେପି କେବଳ ଟଙ୍କା ବଣ୍ଟୁନି , ଟଙ୍କା ବିଞ୍ଚୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଯେ , କଲେ ବଳେ କୌଶଳେ ପଦମପୁର ହତେଇବା ପାଇଁ ଉଦ୍ୟମ କରୁଛି ବିଜେପି । ଭୋଟର ଙ୍କୁ ଟଙ୍କା ଦେଇ ଭୋଟ ହଟାଇବାକୁ ଚେଷ୍ଟା କରୁଛି । ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି ।

Leave A Reply

Your email address will not be published.