ପଦ୍ମପୁର ଉପନିର୍ବାଚନ: ବିଜେପି ଓ ବିଜେଡି ଜାରି କଲା ଷ୍ଟାର୍ ପ୍ରଚାରକ ତାଲିକା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଏବଂ ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥିରେ ଉଭୟ ଦଳରୁ ୪୦ ଜଣ ଲେଖାଏଁ ସ୍ଥାନ ପାଇଛନ୍ତି । ବିଜେଡି ତାଲିକାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ଷ୍ଟାର୍ ପ୍ରଚାରକ ରହିଛନ୍ତି । ଦ୍ୱିତୀୟରେ ଅଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧାମନଗର ଉପନିର୍ବାଚନ ପ୍ରଚାର ଅଗ୍ରଭାଗରେ ଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ବିଧାୟକ ବ୍ୟୋମକେଶ ରାୟଙ୍କୁ ପଦ୍ମପୁର ତାଲିକାରୁ ବାଦ୍ ଦିଆଯାଇଛି । ବିଜେପି ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ନାଁ ଆଗରେ ଥିଲା ବେଳେ ପଛକୁ ପଛ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ । ଅର୍ଜୁନ ମୁଣ୍ଡା ଏବଂ ସୁନୀଲ ବଂଶଲ ମଧ୍ୟ ଷ୍ଟାର୍ ପ୍ରଚାରକ ଭାବେ ତାଲିକାରେ ଅଛନ୍ତି । ଧାମନଗରର ନବ ନିର୍ବାଚିତ ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଷ୍ଟାର୍ ପ୍ରଚାରକ ହୋଇଛନ୍ତି ।

ବିଜେଡି ଷ୍ଟାର୍ ପ୍ରଚାରକ: ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଡ. ଅରୁଣ କୁମାର ସାହୁ, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ରବୀନ୍ଦ୍ର କୁମାର ଜେନା, ନବ କିଶୋର ଦାସ, ପୁଷ୍ପେନ୍ଦ୍ର ସିଂହଦେଓ, ସାରଦା ପ୍ରସାଦ ନାୟକ, ସମୀର ଦାଶ, କଳିକେଶ ସିଂହଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରାନ୍ଧାରି, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ସୁଧୀର କୁମାର ସାମଲ, ସ୍ନେହାଙ୍ଗିନୀ ଛୁରିଆ, ରମେଶ ଚନ୍ଦ୍ର ମାଝୀ, ରୋହିତ ପୂଜାରୀ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ଡ. ରାସେଶ୍ୱରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝୀ, ଆକାଶ ଦାସ ନାୟକ, ଅଳକା ମହାନ୍ତି, ଶ୍ରୀମୟୀ ମିଶ୍ର, ଅରିନ୍ଦମ ରାୟ, ସତ୍ୟବ୍ରତ(କୁନା) ତ୍ରିପାଠୀ ।

ବିଜେପି ଷ୍ଟାର୍ ପ୍ରଚାରକ: ସମୀର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଶ୍ୱେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି. ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ଜୁଏଲ ଓରାମ୍, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେ ଭି ସିଂହଦେଓ, ଗିରିଧାରୀ ଗମାଙ୍ଗୋ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ନୀତେଶ ଗଙ୍ଗଦେବ, ଚୁନିଲାଲ ସାହୁ, ସୁରମା ପାଢ଼ୀ, ନାଉରୀ ନାୟକ, ରବି ନାରାୟଣ ନାଏକ, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝୀ, ସୁବାସ ପାଣିଗ୍ରାହୀ,ଶଙ୍କର ଓରାମ୍, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, ଡ. ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରଞ୍ଜନ କୁମାର ପଟେଲ, ବିଭୂ ପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ ।

Leave A Reply

Your email address will not be published.