ଓଡ଼ିଆ ନ୍ୟୁଜ୍: ଦେବାଶିଷ ସାମନ୍ତରାୟ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଶେ ତାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ବିଧିବଦ୍ଧ ପ୍ରାର୍ଥୀ ଘୋଷଣା ହୋଇଛି। ନିକଟରେ ବିଜେଡି ଦଳ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ। ଇସ୍ତଫା ଦେବା ପରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ ଦେବାଶିଷ ସାମନ୍ତରାୟ। ବିଜେପି ଟିକେଟ୍ରେ ଦେବାଶିଷ ପୁଣିଥରେ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି।
ଓଡ଼ିଶା ସହ ରାଜସ୍ଥାନ, ଅରୁଣାଚଳପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମଣିପୁର ପାଇଁ ନାଁ ଘୋଷଣା ହୋଇଛି । ଗୁଜରାଟରୁ ୪ଟି ଓ ମଧ୍ୟପ୍ରଦେଶରୁ ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ରାଜସ୍ଥାନରୁ ୨ଟି, ଓଡ଼ିଶା, ଅରୁଣାଚଳପ୍ରଦେଶ ଓ ମଣିପୁର ଜଣେ ଲେଖାଏ ଆସନ ପାଇଁ ନାଁ ଘୋଷଣା କରାଯାଇଛି । ପୂର୍ବରୁ ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିଲେ । ନିକଟରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଥିଲେ ।