ମହିଳାଙ୍କୁ ସୁରକ୍ଷା ଏବଂ ଅପରାଧୀ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି : ଭୁବନେଶ୍ୱର କମିଶନରେଟ ପୋଲିସକୁ ଦାବିପତ୍ର ଦେଲା ବିଜେପି ମହିଳାମୋର୍ଚ୍ଚା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗାଁକୁ କାମ ମା’କୁ ସମ୍ମାନ କହି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ ତାହା ପାଣିର ଗାର ସଦୃଶ । ଓଡ଼ିଶାରେ ନା ଗାଁରେ କାମ ଅଛି ନାଁ ମା’ଙ୍କୁ ସମ୍ମାନ ଅଛି । ଓଡ଼ିଶାରେ ମହିଳାମାନେ ନିର୍ଯ୍ୟାତିିତ ହେଉଥିବାବେଳେ ରାଜ୍ୟ ସରକାର ସ୍ଥାଣୁ ପାଲିଟିଛନ୍ତି । ୨୩ବର୍ଷ ସରକାରରେ ମହିଳା ଉôତପୀଡନାରେ ୧ନଂ ସ୍ଥାନ ପାଇଛି ଏବଂ ମହିଳାଙ୍କୁ ଆକ୍ରୋଶମୂଳକ ଭାବେ ଆକ୍ରମଣ, ବଳତ୍କାର, ମହିଳା ଚାଲଣ, ଅପହରଣ, ଶିଶୁ ଅପହରଣ ଓ ଅପରାଧ ବଢ଼ିଚାଲିଛି ।

ନବୀନ ବାବୁଙ୍କ ସରକାରରେ ମହିଳା ଅସୁରକ୍ଷିତ ବୋଲି ବାରମ୍ବାର ବିଜେପି ମହିଳାମୋର୍ଚ୍ଚା ଅଭିଯୋଗ କରିଆସୁଛି । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କଠାରୁ ମହିଳା ସୁରକ୍ଷା ଦାବି କରୁଥିôବାବେଳେ ନିକଟ ଅତୀତରେ ରାଜଧାନୀର ରାଜରାସ୍ତାରେ ମହିଳା ଏସଆଇଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣା ଅତ୍ୟନ୍ତ ଲଜ୍ଜା ଓ ଗଭୀର ଚିନ୍ତାଜନକ ବୋଲି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ଯଦି ସୁରକ୍ଷା ଯୋଗାଇବା ପାଇଁ ନିୟୋଜିତ ମହିଳା ପୋଲିସ ଅସୁରକ୍ଷିତ ତାହାଲେ ସାଧାରଣ ମହିଳାଙ୍କୁ ସୁରକ୍ଷା ଦେବ କିଏ? ଓଡ଼ିଶାରେ ବାରମ୍ବାର ମହିଳାଙ୍କୁ ଅତ୍ୟାଚାର କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି । କିନ୍ତୁ ପୋଲିସ କୌଣସି କେସର ସଠିକ୍ ଅପରାଧୀକୁ ଧରି ଦଣ୍ଡ ଦେବାରେ ବିଫଳ ହୋଇଛି । ଏବେ ମହିଳା ଏସଆଇଙ୍କୁ ଆକ୍ରମଣ କରିଥିବା ଅପରାଧୀକୁ କଠୋର ଦଣ୍ଡ ଦେବାକୁ ଭାରତୀୟ ଜନତା ପାର୍ଟି ମହିଳାମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେୃତ୍ୱରେ ଏକଟିମ୍ ଆଜି ଭୁବନେଶ୍ୱର କମିଶନ ଅଫିସରେ ପଂହଚି ଏକ ଦାବିପତ୍ର ଦେଇଛନ୍ତି ।

ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ବଳାତ୍କାର, ଅପହରଣ ଓ ଅପରାଧ ବହୁଗୁଣିତ ହୋଇଛି । ୨୦୧୭-୨୦୨୨ ଏନସିଆରବି ରିପୋର୍ଟକୁ ଯଦି ନଜର ପକାଇବା ତାହାଲେ ଓଡ଼ିଶାରେ ମହିଳା କେତେ ସୁରକ୍ଷିତ ତାହା ଆପଣ ଜାଣିପାରିବେ । ୨୩ବର୍ଷର ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାରେ ଅପରାଗ ସାବ୍ୟସ୍ତ ହୋଇଛନ୍ତି । ଯଥାଶୀଘ୍ର ରାଜ୍ୟ ସରକାର ମହିଳା ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।

ଏହି ଅବସରରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ନୀୟତି ଗିରି, କସ୍ତୁରୀ ମିଶ୍ର, ମହିଳାମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ରଶ୍ମିରେଖା ଦାଶ, ବିଜେପି ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ, ମହିଳା ମୋର୍ଚ୍ଚା ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣୀ, ସାମାଜିକ ଗଣମାଧ୍ୟମ ମୁଖ୍ୟ ଶତରୂପା ମିଶ୍ର ଓ କବିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.