ପୁଣି ବିଜେଡ଼ି ସରକାରକୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ସଧାରଣ ସମ୍ପାଦିକା, କହିଲେ ଓଡ଼ିଶାର ମହିଳା ହେଉଛନ୍ତି ବିଜେଡ଼ି ପାଇଁ ଏକ ଭୋଟ ବ୍ୟାଙ୍କ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ମହିଳା ବିଜେଡ଼ି ପାଇଁ କେବଳ ଏକ ଭୋଟ୍ ବ୍ୟାଙ୍କ। କିନ୍ତୁ ବାସ୍ତବରେ ଯେଉଁ ସଶକ୍ତୀକରଣ ହେବା କଥା ହୋଇନାହିଁ। ପ୍ରବାସୀ କାର୍ଯ୍ୟକ୍ରମରେ ଦୁଇ ଦିନିଆ ସଂଗଠନିକ ଜିଲ୍ଳା ବୁଲିବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦିକା ଦିପ୍ତୀ ରାୱାତ। ମହିଳା ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମରେ ଓଡ଼ିଶା ନଂ ୱାନ୍। କିନ୍ତୁ ନିର୍ଭୟା ଫଣ୍ଡର ସଦୁପଯୋଗ କରିବାରେ ପଛରେ । 2021ରେ ନିର୍ଭୟା ଯୋଜନାରେ 75 କୋଟି କେନ୍ଦ୍ର ଦେଇଥିବା ବେଳେ ମାତ୍ର 45 କୋଟି ଖର୍ଚ୍ଚ ହୋଇଛି। ମମିତା ପରୀ ଭଳି ଅନେକ ମହିଳା ବିରୋଧୀ ଘଟଣାରେ ବିଜେଡ଼ି ନେତା ମନ୍ତ୍ରୀଙ୍କ ସଂପ୍ରକ୍ତି ରହିଛି । କିନ୍ତୁ ବିଜେପିର ସବକା ସାଥ ସବକା ବିକାଶ ନୀତିର ବିପରୀତ ଧାରାରେ କାମ କରୁଛନ୍ତି ରାଜ୍ୟ ସରକାର । କାହିଁକି ନା ରାଜ୍ୟ ସରକାରଙ୍କ ଯୋଜନାର ଫାଇଦା କେବଳ ତାଙ୍କରି ଦଳୀୟ କର୍ମୀଙ୍କୁ ମିଳୁଛି। ବିଜେଡ଼ିକୁ ଭୋଟ୍ ଦେଉ ନଥିବାରୁ ଅନେକ ମହିଳା ଏଥିରୁ ବଞ୍ଚିତ ହେଉଛନ୍ତି।

କେନ୍ଦ୍ରୀୟ ଯୋଜନା ଯେମିତି ହର ଘର ଜଲ୍ ହେଉ କି ଆବାସ କେବଳ ନାମ ବଦଳାଇ କାର୍ଯ୍ୟକାରୀ କରୁଛନ୍ତି। ସେମିତି କେନ୍ଦ୍ରର ପୋଷଣକୁ ମମତା ଯୋଜନାକୁ ନାମ ବଦଳାଇ ମମତା କରିଛନ୍ତି। ତାକୁ ଯେଉଁମାନେ କାର୍ଯ୍ୟକାରୀ କରିଛନ୍ତି ଅଙ୍ଗନୱାଡ଼ି କର୍ମୀଙ୍କୁ ହତାଦର କରୁଛନ୍ତି। ମହିଳା କେବଳ ଭୋଟ୍ ବ୍ୟାଙ୍କ। ବାସ୍ତବରେ ସଶକ୍ତିକରଣ ହେବା କଥା ହୋଇନାହିଁ । ଏସଏଚଜିକୁ କେବଳ ଟଙ୍କା ବାଣ୍ଟି ସଶକ୍ତୀକରଣ କରିଛନ୍ତି ହେଲେ ସେମାନେ କେମିତି ଆର୍ଥିକ ବିକାଶ କରିବେ ଆଉ ମଜବୁଥ୍ ହେବେ ସେଥି ପାଇଁ ସରକାରଙ୍କ ନିଘା ନାହିଁ। ଗ୍ରାଉଣ୍ଡଜିରୋରେ ମହିଳା ମାନେ ଚାହୁଁଛନ୍ତି ଡବଲ ଇଞ୍ଜିନ ସରକାର।

Leave A Reply

Your email address will not be published.