ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି କରିବ ଆନ୍ଦୋଳନ ଡାକରା, ଲୋକଙ୍କ ପାଖକୁ ଯିବ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସ୍ବର୍ଗତ ନବ ଦାସଙ୍କ ହତ୍ୟା ଘଟଣା ଗୋଟିଏ ହାଇଟକୁ ଗଲା । ଓଡିଶାରେ ଆଇନଶୃଙ୍ଖଳା ଏତେ ବିପର୍ଯ୍ୟସ୍ତ ହୋଇଛି ଯେ ଜଣେ ମନ୍ତ୍ରୀ ବି ସୁରକ୍ଷିତ ନୁହନ୍ତି । ଜଣେ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମଚାରୀ ହତ୍ୟା କରୁଛନ୍ତି । ବିଗତ କିଛି ଦିନ ଧରି ରାଜ୍ୟରେ ଯେଉଁ ଘଟଣା ସବୁ ସାମ୍ନାକୁ ଆସୁଛି, ରାଜ୍ୟରେ ଶାସନ ବ୍ୟବସ୍ଥା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ ବାରି ହୋଇପଡୁଛି । ଶାସନ ଗାଦିରେ ଯିଏ ଅଛନ୍ତି, ସେ ତାର ନୈତିକ ଦାୟିତ୍ୱ ନେବାର ଆବଶ୍ୟକତା ଅଛି ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ଯୋଜନା ଆରମ୍ଭ କରିଛି । ସେଥିପାଇଁ ଆନ୍ଦୋଳନକୁ ବ୍ୟାପକ କରିବା ସହ ଜନସଚେତନତା କରିବ ବିଜେପି । ରାଜ୍ୟର ଅକର୍ମା ସରକାର ଯାହାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବି ସମ୍ଭାଳିବାର ଔକାତ ନାହିଁ, ସେଭଳି ସରକାର ଆମର ଦରକାର ନାହିଁ, କଥାକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଆନ୍ଦୋଳନ ନେଇ ଖୁବଶୀଘ୍ର ଘୋଷଣା ହେବ ।

Leave A Reply

Your email address will not be published.