ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ରାଜ୍ୟବ୍ୟାପି ୩ ଦିନ ଧରି ଆନ୍ଦୋଳନ କରିବ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଏହାକୁ ବିରୋଧ କରି ବିଜେପି ରାଜ୍ୟବ୍ୟାପି ୩ ଦିନ ଧରି ଆନ୍ଦୋଳନ କରିବ। ଆସନ୍ତାକାଲି କାଲି ଭୁବନେଶ୍ୱରରେ ହରତାଲ କରିବ। ୧୫ ତାରିଖରେ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଆନ୍ଦୋଳନ କରିବ। ସେହିପରି ୧୬ ତାରିଖରେ ରାଜଭବନ ଆଗରେ ବିଜେପି ଧାରଣା ଦେଵ। ତା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟ ରାଜ୍ୟପାଳଙ୍କୁ ଉଦ୍ୟଶ୍ୟରେ ଦାବିବିପତ୍ର ଦେଵ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛିନ୍ତି ଓଡିଶାର ଗୃହ ମନ୍ତ୍ରୀ। ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ।

ବିଗତ ୧୦ ବର୍ଷ ଅପରାଧ ରାଜ୍ୟରେ ବଢି ବଢି ଚାଲିଛି। ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। NCRB ରିପୋର୍ଟ ବାରମ୍ବାର ଏ ତଥ୍ୟ ଦେଇ ଆସିଛି। ଗତ କିଛି ବର୍ଷ ଦେଖିବାକୁ ମିଳୁଛି। ରାଜ୍ୟର ଅଧିକାଂଶ ଅପରାଧରେ ଶାଶକ ଦଳର ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି। ପୋଲିସର ମଧ୍ୟ ସମ୍ପୃକ୍ତି ରହୁଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି। ସବୁଠାରୁ ବଡ଼ କଥା ଯେଉଁ ମାନେ ଅପରାଧ ଘଂଟାଉଛନ୍ତି। ତାଙ୍କର ପୁଣି ଅକ୍ଷମତା ମୃତ୍ୟ ହେଉଛି। ତଥ୍ୟକୁ ଲୁଚାଯାଉଛି। ସବୁଘଟଣା ରାଜ୍ୟ ସରକାର ଘଟାଉଥିବା କଥା ସମ୍ନାକୁ ଆସୁଛି।

ନବ ଦାସଙ୍କୁ ଯେଭଳି ହତ୍ୟା କରାଗଲା। ତାହା ବିରଳ। ବିଗତ ୧୫ ଦିନ ଧରି ଖୋଦାତାଳ କରିବା ଦାୟିତ୍ବ ନେଇଛନ୍ତି। ଏହାକୁ ନେଇ କ୍ୟାବିନେଟରେ ଶୋକ ପ୍ରସ୍ତାବ ମଧ୍ୟ ପାରିତ ହେଲା ନାହିଁ। ମନ୍ତ୍ରୀଙ୍କ ହତ୍ୟାରେ କ୍ୟାବିନେଟ ଦୁଃଖିତ କି ? ଗତ ୧୫ ଦିନ ଭିତରେ ୧୫ ଟି ନୂଆ କାହାଣୀ ଶୁଣିବାକୁ ମିଳୁଛି। ଫିଲ୍ମ କାହାଣୀ ପରି କ୍ରାଇମବ୍ରାଞ୍ଚ କାହାଣୀ ଲେଖୁଛି। ଲୋକ କହୁଛନ୍ତି ଏଭଳି ଶାଷନ ବ୍ୟବସ୍ଥାରେ ଅଶୁରକ୍ଷିତ। ରାଜ୍ୟ ସରକାର ସ୍ଥାଣୁ ପାଲଟି ଯାଇଛି। ବିଜେପି ବାରମ୍ବାର ପ୍ରଶ୍ନ ଉଠାଇଛି। ସରକାର ଚଳାଉଛି କିଏ ? ବଜେପି ଗତ ୧୫ ଦିନ ଧରି ନବ ଦାସଙ୍କ ହତ୍ୟାକାଣ୍ଡକୁ ଅତ୍ୟନ୍ତ ଗମ୍ଭୀରତାର ନେଇଛି। ଶାସକ ଦଳ ପୋଲିସକଉ ବ୍ୟବହାର କରି ଲୁଚାଇବାକୁ ଚେଷ୍ଟା କରୁଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ନୂଆ ନୂଆ ତରିକରେ କାହାଣୀ ଲେଖୁଛନ୍ତି। ଗଣମାଧ୍ୟମ ଅନ୍ଧାରରେ ରଖାଯାଉଛି। ଗଣମାଧ୍ୟମକୁ ଚାପିବାକୁ ଉଦ୍ୟମ କରୁଛନ୍ତି ସରକାର। ପୋଲିସ ଏଫଆଇଆର ରଖୁ ନାହିଁ। ବିଜେପି କୌଣସି ପରିସ୍ଥିତିରେ ଏହାକୁ ଗ୍ରହଣ କରିବ ନାହିଁ।

Leave A Reply

Your email address will not be published.