ଜୟପୁରରେ ଗୋଟାଏ ପରିବାରର ୩ ଜଣଙ୍କ ମୃତ୍ୟୁ: ଆତ୍ମହତ୍ୟା କରିଥିବା ସନ୍ଦେହ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ: କୋରାପୁଟ ଜିଲ୍ଲା ତୋୟାପୁଟରେ ଅଭାବନୀୟ ଘଟଣା ।ଗୋଟାଏ ପରିବାରର ୩ ଜଣକ ମୃତ୍ୟୁ ହୋଇଛି ।ସ୍ୱାମୀ,ସ୍ତ୍ରୀ ଓ ଛୋଟ ଛୁଆର ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ତୋୟାପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସ୍ବାମୀ ଲିଙ୍ଗରାଜ ବିଶୋଇ, ସ୍ତ୍ରୀ ଜ୍ୟୋସ୍ନାରାଣୀ ସାହୁ ଓ ୨ବର୍ଷର ଝିଅ ଇଶା ରାଣୀ । ସ୍ତ୍ରୀ ଓ ଝିଅର ମୃତଦେହ ଘର ଚଟାଣରେ ପଡ଼ିଥିବାବେଳେ ଝୁଲନ୍ତା ଅବସ୍ଥାରେ ସ୍ବାମୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁଥିପାଇଁ ଏପରି ବୀଭତ୍ସ ଘଟଣା ଘଟିଛି ତାହା ଅସ୍ପଷ୍ଟ ରହିଛି । ପାରିବାରିକ କଳହ, ଘରର ଆର୍ଥିକ ଅବସ୍ଥା ଆଦି ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

 

Leave A Reply

Your email address will not be published.