ସମ୍ବଲପୁର ହିଂସାକାଣ୍ଡର ତଦନ୍ତ କଲେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି। ଆଜି ଏହି ଟିମ୍ ମୃତ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଓ ତାଙ୍କ ଘରକୁ ଯାଇଥିଲେ। ହେଲେ ଘରେ ତାଲା ପଡ଼ିଥିବାରୁ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାର ସହ ଦେଖାସାକ୍ଷାତ ସମ୍ଭବପର ହୋଇନାହିଁ।

ଏହାପରେ ସେମାନେ ପଡ଼ୋଶୀଙ୍କ ସହ ଆଲୋଚନା କରିଥିଲେ।ଏହି ଟିମରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି। ଏହାଛଡ଼ା ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତାରାୟ ପ୍ରମୁଖ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ।

ସମ୍ବଲପୁର ହିଂସା ଘଟଣା ଉପରେ ଦୁଃଖ ପ୍ରକାଶ କରିବା ସହ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା ଏହି କମିଟି ଗଠନ କରିଥିଲେ। କମିଟିରେ ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ ଏବଂ ପଶ୍ଚିମବଙ୍ଗ ପୁରୁଳିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସଦସ୍ୟ ରହିଛନ୍ତି। ୪ ଜଣିଆ ଟିମ୍ ସମ୍ବଲପୁର ଗସ୍ତ କରି ଘଟଣାର ଟିକିନିଖି ତଦନ୍ତ କରିବେ। ଟିମ୍ ତଥ୍ୟ ସମ୍ବଳିତ ରିପୋର୍ଟ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରିବେ ।

Leave A Reply

Your email address will not be published.