ଆସନ୍ତାକାଲିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ: ତିନି କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ୨୧ ଓ ୨୨ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ୨୧ ତାରିଖରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଳା ସଭାପତି,ଜିଲ୍ଳା ପ୍ରଭାରୀ ଏବଂ ରାଜ୍ୟ ପଦାଧୀକାରୀଙ୍କ ବୈଠକା ହେବ। ସେହିପରି ୨୨ ତାରିଖରେ ଚନ୍ଦ୍ରଶେଖରପୁର ଏକ ଘରୋଇ ହୋଟେଲରେ ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟଙ୍କ ବୈଠକ। ମନ୍ତ୍ର ଦେବେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ । ଏହା ସହ ପ୍ରଭାରୀ ପୁରନ୍ଦେଶ୍ଵରୀ ଏବଂ 3 କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ରାଜ୍ୟରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି ସହ ଜାତୀୟ କାର୍ଯ୍ୟକାରିଣୀରେ ପାରିତ ହୋଇଥିବା ନିଷ୍ପତ୍ତି ଉପରେ ବିସ୍ତୃତ ଆଲୋଚନା ହେବ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଖଂଳା, ବେକାରୀ ସମସ୍ୟା, ରଣଭାରରେ ବୁଡ଼ି ରହିଥିବା ରାଜ୍ୟ ସରକାର, ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥା, ଆବାସରେ ଯୋଗ୍ଯ ହିତାଧୀକାରୀ ବାଦ୍ ପଡ଼ିବା ପ୍ରସଙ୍ଗ ସହ ମଣ୍ଡି ସମସ୍ୟା ସଂପାର୍କରେ ଆଳୋଚନା ହେବ।

Leave A Reply

Your email address will not be published.