ଓଡ଼ିଆ ନ୍ୟୁଜ୍:ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା।ସୂଚନା ଦେଲେ BMC କମିଶନର ଚଞ୍ଚଳ ରାଣା। ‘ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ।ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ’।‘୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଗଣନା ଶେଷ ହେବ।‘ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ’।
ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଏହି ଗଣନା ପରେ କେଉଁ ଅଞ୍ଚଳରେ କେତେ କୁକୁର ଅଛନ୍ତି ଜଣାପଡ଼ିବ। ପୂର୍ବରୁ ଭୁବନେଶ୍ୱରରେ ଜନସଂଖ୍ୟା ଅନୁସାରେ କୁକୁର ସଂଖ୍ୟା ଅନୁମାନ କରାଯାଇଥିଲା। ଏହି ହିସାବରେ ଭୁବନେଶ୍ୱରରେ ୪୦ରୁ ୪୫ ହଜାର କୁକୁର ଥିବା ଅନୁମାନ କରାଯାଉଛି। ତେବେ ଏହି ଗଣନା ପରେ ସହରରେ କେତେ କୁକୁର ଅଛନ୍ତି ତାର ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ବିଏମସି କମିସନର କହିଛନ୍ତି।