ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏନେଇ ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଇଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରାଯାଇଛି। ଏଥିସହ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହେଲେ ଏଣେ ତେଣେ ନ ଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ ବିଏମସି ପକ୍ଷରୁ କୁହାଯାଇଛି।
ଯଦି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ୱର, ଛିଙ୍କ, କାଶ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି କୁହାଯାଇଛି | ଏଥିସହିତ ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ରାଜଧାନୀବାସୀ କିଛି ଦିନ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସେହିପରି ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ପକ୍ଷୀଙ୍କୁ ବାହାରେ ଫୋପାଡି ନଦେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିଦେବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରନ୍ତୁ । ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବ୍ସ ପିନ୍ଧି ଏହି କାର୍ଯ୍ୟ କରିବାକୁ କମିଶନର କହିଛନ୍ତି ।
ଅନ୍ୟପଟେ ଯଦି ଏହି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ,ଏବେ ପୁରୀ ଜିଲ୍ଲାରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାୟ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇ ସାରିଲାଣି। ଆଗାମୀ ୬ ମାସ ଯାଏଁ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପରାମର୍ଶ ଦେଇଛି ପ୍ରାଣୀ ସଂପଦ ବିଭାଗ। ହେଲେ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଫାର୍ମ ମାଲିକ
Comments are closed.