ଆସନ୍ତା 20 ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା ଖାତା ଦେଖା

0

୦୯.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ଆସନ୍ତା ମେ 20 ତାରିଖ ଠାରୁ ମ୍ୟାଟ୍ରିକ ପରୀକ୍ଷା ଖାତା ଦେଖା ହେବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାଶ l ମ୍ୟାଟ୍ରିକ ପରୀକ୍ଷା ଖାତା ଦେଖା ହେବା ନେଇ ଗଣଶିକ୍ଷାମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମାଧ୍ୟମିକ ଶିକ୍ଷା ବୋର୍ଡ଼ ର ସଭାପତି ଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ l ଏହି ବୈଠକ ରେ ଆସନ୍ତା 20 ତାରିଖରୁ ଖାତା ଦେଖା ହେବା ନେଇ ନିଷ୍ପତ୍ତି ନିଆଯାଇଛି l ଏହା ସହ ଶିକ୍ଷକ /ଶିକ୍ଷୟତ୍ରୀ ମାନେ କିଭଳି ସାମାଜିକ ଦୂରତା ରଖି ଖାତା ଦେଖିବେ ସେ ନେଇ ଆଲୋଚନା କରାଯାଇଛି l ରାଜ୍ୟରେ 60 ଟି କେନ୍ଦ୍ର ରେ ଖାତା ମୂଲ୍ୟାଙ୍କନ କରାଯିବ l ଏହା ସହ ଇନଭିଜିଲେଟର ମାନେ ମେ 19 ତାରିଖ ସୁଦ୍ଧା ସେମାନଙ୍କର ରିପୋର୍ଟ ପ୍ରଦାନ କରିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି l ସମସ୍ତ କରୋନା ଗାଇଡ୍ ଲାଇନ୍ ମାନି ପରୀକ୍ଷା ଖାତା ଦେଖିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.