20 ଘଣ୍ଟିଆ କର୍ଫ୍ୟୁ ଲାଗୁକଲେ ସରପଞ୍ଚ

0

୦୯.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଲକ୍ ଅଧୀନ ମାଣିତରା ପଞ୍ଚାୟତରେ ସରପଞ୍ଚ 20 ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି l ପଞ୍ଚାୟତରେ ଗୁଜୁରାଟ ଫେରନ୍ତା ଙ୍କ ଯୋଗୁଁ ମହାମାରୀ କରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ପଞ୍ଚାୟତରେ ସଟ ଡାଉନ୍ ଘୋଷଣା କରାଯାଇଛି l ମେ 8 ରୁ 15 ତାରିଖ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଘୋଷଣା କରାଯାଇଛି l ସମସ୍ତ ଜନସାଧାରଣ ଙ୍କୁ ଘରୁ ବାହାରିବାକୁ ମନା କରାଯିବା ସହ କର୍ଫ୍ୟୁ କୁ ପୂର୍ବାହ୍ନ 11 ଟା ଠାରୁ ପରଦିନ ସକାଳ 7 ଟା ପର୍ଯ୍ୟନ୍ତ 20 ଘଣ୍ଟିଆ କର୍ଫ୍ୟୁ / ସଟଡାଉନ୍ ଲାଗୁ କରାଯାଇଛି I ଏହି ସଟଡାଉନ୍ ସମୟରେ ସକାଳ 7 ଟା ରୁ 11 ଟା ପର୍ଯ୍ୟନ୍ତ ପାରିବା ଏବଂ ତେଜରାତି ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ପରେ ଏହା ହେଉଛି ପ୍ରଥମ ଘଟଣା l ମାଣିତରା ପଞ୍ଚାୟତ ର ସରପଞ୍ଚ ଶାନ୍ତିଲତା ନାୟକ ଏଭଳି ନିଷ୍ପତି ନେଇଛନ୍ତି l

Leave A Reply

Your email address will not be published.