ଓଡ଼ିଆ ନ୍ୟୁଜ, ବ୍ୟୁରୋ: ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବୋଲେରୋ। ପିଟି ହେବାରୁ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେମାନେ ହେଲେ ସରୋଜିନୀ ଦାସମହାପାତ୍ର ଓ ତପନଦାସ ମହାପାତ୍ର।
ଅନ୍ୟ ଅନ୍ୟ ଗୁରୁତରଙ୍କୁ ବେଦବ୍ୟାସସ୍ଥ ଘରୋଉ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୋଲେରୋଟି ବାଲେଶ୍ଵର ଭୋଗରାଇରୁ ରାଉରକେଲା ଆସୁଥିଲା। ସୂଚନା ମୁତାବକ, ଆଜି ସକାଳେ ବୋଲେରୋଟି ବାଲେଶ୍ୱର ଭୋଗରାଇରୁ ରାଉରକେଲା ଅଭିମୁଖେ ଯାଉଥିଲା।ଧାନ ଘର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା।
ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଭାଇରଙ୍କ ଆଖି ଲାଗିଯିବାରୁ ବୋଲେରୋ ଭାରସାମ୍ୟ ହରାଇ୧୪୩ ନଂ ଜାତୀୟ ରାଜପଥ ଧାନନଗର ଲୁହା ବାଡାରେ ପିଟି ହୋଇଯାଇଥିଲା। ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।