ଉଭୟ ଜୟନାରାୟଣ ମିଶ୍ର ଓ ଇରାଶିଷ ଆଚାର୍ଯ୍ୟ ଅଭ୍ୟାଷଗତ ଅପରାଧୀ: ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉଭୟ ଜୟନାରାୟଣ ମିଶ୍ର ଓ ଇରାଶିଷ ଆଚାର୍ଯ୍ୟ ଅଭ୍ୟାଷଗତ ଅପରାଧୀ। ଖୋଦ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବାକୁ ମଧ୍ୟ ପଛାଇନାହାନ୍ତି ଉଭୟେ। ଏବେ ଘଟଣାକୁ ଲୁଚାଇବାକୁ ଯାଇ ମନଗଢା କାହାଣୀ ସବୁ କହିବା ଆରମ୍ଭ କରିଛନ୍ତି। ହତ୍ୟା ଭଳି ସଙ୍ଗିନ ମାମଲାରେ ସର୍ତ୍ତମୂଳକ ଜାମିନରେ ଆସି ପୁଣି ଆଇନକୁ ହାତକୁ ନେଇ ଜଣେ ମହିଳା ତଥା କର୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିବା ସହ କୋର୍ଟଙ୍କୁ ମଧ୍ୟ ଅବମାନନା କରିଛନ୍ତି।

ଆଇନଶୃଙ୍ଖଳାକୁ ଘଟଣାକୁ ନେଇ ବିଜେପି ଯୁବମୋର୍ଚା ପକ୍ଷରୁ ରାଜ୍ୟବ୍ୟାପୀ ୩ଦିନ ଧରି ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏହାକୁ ରାଜ୍ୟବାସୀ ଓ ଯୁବଗୋଷ୍ଟି କିଭଳି ଗ୍ରହଣ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀ। ସେପଟେ ବିଜେପି ନେତାଙ୍କ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ବେଶ ଫରକ ରହିଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ଅନୁମେୟ। ବିରୋଧୀ ଦଳ ନେତା ଭଳି ସାମ୍ବିଧାନିକ ପଦବୀରେ ଥାଇ ଜୟନାରାୟଣ ମିଶ୍ରଙ୍କ ଭଳି ଜଣେ ଅନୁଭବି ଓ ବରିଷ୍ଠ ନେତାଙ୍କ ଠାରୁ ଯୁବ ବିଧାୟକ ଓ ଯୁବ ସମାଜ କଣ ଶିକ୍ଷାଲାଭ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.