ବିଏସଏଫକୁ ମିଳିବ ଭାର୍ଗବସ୍ତ୍ର, ସାବାଡ୍‌ ହେବେ ଚୀନ- ପାକିସ୍ତାନ

0

ଓଡ଼ିଆ ନ୍ୟୁଜ୍: ଏଥର ସାବାଡ୍‌ ହେବେ ଚୀନ- ପାକିସ୍ତାନ। କାରଣ ବିଏସଏଫକୁ ମିଳିବ ଭାର୍ଗବସ୍ତ୍ର। ଭାରତୀୟ ସେନାଙ୍କ ଉପରେ ବିନା କାରଣରେ ଗୁଳି କରିବା ଏବଂ ହଠାତ୍ ପାକିସ୍ତାନ ସେନା ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବା ଏକ ଅଭ୍ୟାସରେ ପରିଣତ ହେଲାଣି। ପାକିସ୍ତାନକୁ ଜବାବ ଦେବା ଲାଗି ସେନା ପ୍ରତି ମୁହୂର୍ତ୍ତରେ ସଜାଗ ରହେ। ତଥାପି ପାକିସ୍ତାନ ସେନାର ଆକ୍ରମଣରେ ଅନେକ ଭାରତୀୟ ଯବାନ ସହିଦ ହୋଇଛନ୍ତି।ହେଲେ ଏବେ ସେମିତି ଆଉ ହେବନି। କାରଣ ବିଏସଏଫକୁ ମିଳିବ ପର୍ଶୁରାମଙ୍କ ଅସ୍ତ୍ର ଅର୍ଥାତ ଭାର୍ଗବସ୍ତ୍ର। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଖୁବ୍‌ଶୀଘ୍ର ଏହି ଅସ୍ତ୍ର ଭାରତୀୟ ସେନା ପାଖରେ ମଧ୍ୟ ପହଞ୍ଚିବ। ମଙ୍ଗଳବାର ଦିନ ଉଚ୍ଚ ସେନା ଅଧିକାରୀଙ୍କ ଉପସ୍ଥିତିରେ ସ୍ୱଦେଶୀ ଭାର୍ଗବସ୍ତ୍ରର ପ୍ରଥମ ପର୍ଯ୍ୟାୟ ସଫଳ ପରୀକ୍ଷଣ କରାଯାଇଥିଲା। ଏହା ସେନାରେ ଯୋଗଦେବା ପରେ, ଏହା ବିଏସଏଫ ଅର୍ଥାତ୍ ସୀମା ସୁରକ୍ଷା ବାହିନୀର ସବୁଠାରୁ ବଡ଼ ସମସ୍ୟାର ସମାଧାନ କରିବ। କୁହାଯାଉଛି କି, ଏହି ଅସ୍ତ୍ର ମିଳିବା ପରେ ସେନାର ଚିନ୍ତା ଦୂର ହେବ ଓ ପାକିସ୍ତାନ ପାନେ ପାଇବ। ଅନେକ ସମୟରେ ଦେଖାଯାଉଛି କି, ପାକିସ୍ତାନ ହୀନ ଚକ୍ରାନ୍ତ କରି ଭାରତରେ ଅଶାନ୍ତି ସୃଷ୍ଟି କରୁଛି। ଏମିତିକି ସୀମାକୁ ଲାଗି ରହିଥିବା ପଂଜାବରେ ଡ୍ରୋନ ସାହାଯ୍ୟରେ ନିଶା କାରବାର ବି ବଢାଉଛି। ଯେଉଁଥି ଲାଗି ଅନେକ ଯୁବକ ଏବେ ନିଶା ଖାଇ ବେକାର ହେଲେଣି।

ଏହି ନିଶା ବ୍ୟବସାୟ ଦେଶରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବା ପାଇଁ ମଧ୍ୟ ବ୍ୟବହୃତ ହୁଏ। ଭର୍ଗବସ୍ତ୍ର ସେନାରେ ସାମିଲ ହେବା ପରେ, ଭାରତ ଏହି ସମସ୍ୟାରୁ ମୁକ୍ତି ପାଇପାରିବ। ମଙ୍ଗଳବାର ଦିନ ସ୍ୱଦେଶୀ ପ୍ରବେଶ ଡ୍ରୋନ୍ ମାଇକ୍ରୋ ମିସାଇଲ୍ ସିଷ୍ଟମ୍ ‘ଭାର୍ଗବସ୍ତ୍ର’ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି। ଏହି ପରୀକ୍ଷଣ ଓଡ଼ିଶାର ଗୋପାଳପୁର ସହରର ସମୁଦ୍ର କୂଳରେ ହୋଇଥିଲା। ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହା ପ୍ରସିଦ୍ଧ ସ୍ୱର୍ମ ଡ୍ରୋନ୍ ସିଷ୍ଟମକୁ ନଷ୍ଟ କରିବାରେ ପ୍ରଭାବଶାଳୀ।

Leave A Reply

Your email address will not be published.