ବିଲଡରମାନଙ୍କୁ ଝଟକା: ଏଣିକି ସୋସାଇଟି କ୍ଲିଅରାନ୍ସ ନଥିଲେ ବିକିପାରିବେନି ଆପର୍ଟମେଣ୍ଟ,ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆପାର୍ଟମେଂଟ ନିର୍ମାଣ କରି ବିକ୍ରୀ କରୁଥିବା ବିଲଡର ମାନେ ଏଣିକି ସୋସାଇଟି ରେଜିଷ୍ଟ୍ରେସନ ନଥିଲେ ଆପାର୍ଟମେଂଟ ବିକ୍ରୀ କରି ପାରିବେ ନାହିଁ। ବିଲଡରଙ୍କ ଶୋଷଣର ଶିକାର ହୋଇଥିବା ଜଣେ ଆବେଦନକାରୀଙ୍କ ଦ୍ଵାରା ଆଗତ ପିଟିସନର ଶୁଣାଣି କରି ରେରା ଆଇନ ସଠିକ ଭାବରେ ପାଳନ କରି ନଥିବା ଆପାର୍ଟମେଂଟର ରେଜିଷ୍ଟ୍ରେସନ ନ କରିବାକୁ ଇନିସ୍ପେକ୍ଟର ଅଫ ରେଜିଷ୍ଟ୍ରେସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ରିଅଲ ଇଷ୍ଟେଟ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ଆକ୍ଟ ୨୦୧୬ ଅନୁଯାୟୀ ଆପାର୍ଟମେଂଟରେ ଫ୍ଲାଟରେ ଥିବା ଫ୍ଲାଟଟି କିଣିଥିବା ଲୋକଙ୍କ ନାମରେ ରେଜିଷ୍ଟ୍ରେସନ ହେବାର ନିୟମ ଥିବାବେଳେ ସାଧାରଣ ଅଞ୍ଚଳ ଯେମିତିକି ସିଡ଼ି, ପାର୍କ, ଖୋଲା ସ୍ଥାନ ଆପାର୍ଟମେଂଟ ଆସୋସିଏସନ ନାମରେ ରେଜିଷ୍ଟ୍ରେସନ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ରିଅଲ ଇଷ୍ଟେଟ ସଂସ୍ଥା ଗୁଡ଼ିକ ଆପାର୍ଟମେଂଟରେ ଆସୋସିଏସନ କରୁ ନାହାନ୍ତି। ଯଦି ବି କରୁଛନ୍ତି, ତେବେ ସର୍ବ ସାଧାରଣ ଅଞ୍ଚଳ ଗୁଡିକୁ ଆସୋସିଏସନ ନାମରେ ବିଲଡର ଗୁଡିକ ରେଜିଷ୍ଟ୍ରେସନ କରାଉ ନାହାନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଏହି ମାମଲାରେ ଚାଲେଞ୍ଜ କରାଯାଇଛି। ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ରାଜ୍ୟ ସରକାର ଓ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟାରି ଅଥରିଟି(ଓରେରା)ର ମିଳିତ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ୍ ଡେଭେଲପମେଣ୍ଟ) ଆଇନ (ରେରା), ୨୦୧୬ର ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀର କେତେକ ନିୟମ ବିରୁଦ୍ଧାଚରଣ କରୁଥିବା ଅଭିଯୋଗ ହୋଇଥିବା ବେଳେ ଏହି ପ୍ରସଙ୍ଗରେ ସମାଧାନ ପନ୍ଥା ବାହାର କରିବା ପାଇଁ ବୈଠକରେ ଆଲୋଚନା କରାଯିବ। ତେବେ ବୈଠକର ବିବରଣୀ ସତ୍ୟପାଠ ମାଧ୍ୟମରେ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ହେବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆପର୍ଟମେଣ୍ଟ ସଂପର୍କିତ ବିକ୍ରି କବଲା କାର୍ଯ୍ୟକାରୀ ବେଳେ ରେରା ଆଇନ ଓ ଏ ସଂପର୍କିତ ନିୟମ ପାଳନ ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୨୨ କୁ ଧାର୍ଯ୍ୟ କରାଯାଇଛି। ଏସ୍‌. ମିଶ୍ର ଓ ବିମଳେନ୍ଦୁ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।  ଫୋନ: ମୋହିତ ଅଗ୍ରୱାଲ, ଆବେଦନକାରୀଙ୍କ ଓକିଲ ।

Leave A Reply

Your email address will not be published.