ପୂର୍ବତନ ଆସିକା ବିଧାୟକ ସରୋଜ ପାଢ଼ୀ ନିଖୋଜ!, ୩ ଦିନ ହେବ ମିଳୁନି ପତ୍ତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୂର୍ବତନ ଆସିକା ବିଧାୟକ ସରୋଜ ପାଢ଼ୀ ତାଙ୍କ ଭୁବନେଶ୍ୱର ସୂର୍ଯ୍ୟ ନଗର ସ୍ଥିତ ବାସଭବନ ରୁ କେଉଁ ଆଡେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।ନିଖୋଜ ସମ୍ପର୍କରେ ତାଙ୍କ ପୁଅ ସଙ୍ଗୀତ ପାଢ଼ୀ ସ୍ଥାନୀୟ କ୍ୟାପିଟାଲ ଥାନାରେ ପ୍ରାଥମିକ ସୂଚନା ଦେଇ ଉଲ୍ଲେଖ କରିଛନ୍ତି ଯେ,ଗତ ୧୨,୦୫,୨୦୨୨ (ଗୁରୁବାର)ଦିନ ସକାଳ ୮ଘଂଟା ସମୟରେ ତାଙ୍କ ପିତା ସରୋଜ ପାଢ଼ୀ ବାହାରକୁ ଯାଇ ଆଉ ଘରକୁ ଫେରି ନାହାନ୍ତି।

ପରିବାର ପକ୍ଷରୁ ତାଙ୍କ ମୋବାଇଲ ଫୋନ କୁ ସମ୍ପର୍କ କଲେ ଫୋନ ସ୍ୱିଚ ଅଫ ଥିବା କହୁଛି।ଗତ କିଛି ଦିନ ହେବ ତାଙ୍କ ଫୋନ କୁ ବାରମ୍ବାର କେତେକ କଲ ଆସୁଥିବାରୁ ସେ ମାନସିକ ଭାବେ ବିବ୍ରତ ଥିବା କଥା ତାଙ୍କ ପୁଅ ସଙ୍ଗୀତ ପ୍ରକାଶ କରିଛନ୍ତି।ତେଣୁ ତାଙ୍କ ପିତାଙ୍କୁ କେହି ଅପହରଣ କରିଥାଇ ପରେ ବୋଲି ସେ ସନ୍ଦେହ ପ୍ରକଟ କରିଛନ୍ତି।

ସରୋଜ କୁମାର ପାଢୀ ଆସିକା ରାଜନୀତିରେ ଗତ ୨୫ ବର୍ଷ ଧରି ସକ୍ରିୟ ଅଛନ୍ତି । ସେ ୨୦୦୪ ରୁ ୨୦୦୯ ଆସିକାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୯ ରେ ସ୍ୱାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ ନିର୍ବାଚନ ସେ କଂଗ୍ରେସ ଟିକଟରେ ଲଢ଼ି ପରାଜିତ ହୋଇଥିଲେ। ସେ ୧୯୯୫ରେ ପ୍ରଥମ ଥର ଜନତା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୦ ମସିହାରେ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଆସିକା ଅଞ୍ଚଳରେ ତାଙ୍କର ନିଜସ୍ୱ ସଂଗଠନ ରହିଛି।

 

Leave A Reply

Your email address will not be published.