ଓଡ଼ିଆ ନ୍ୟୁଜ୍: ରାସ୍ତାକଡ଼କୁ ଖସିଲା ବସ୍; ୩ ଜଣ ଯାତ୍ରୀ ଗୁରୁତର।କାଶିପୁର ବ୍ଲକ ବନ୍ଦମାଣ୍ଡି ନିକଟରେ ଭାରସାମ୍ୟ ହରାଇ ଖସିପଡ଼ିଲା।୪୫ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କାଶିପୁର ଅଭିମୁଖେ ଯାଉଥିଲା ବସ୍। ଲକ୍ଷ୍ମୀ ବସ୍ଟି ଆଜି ୪୭ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା।
କାଶୀପୁର ବ୍ଲକ କାଙ୍ଗୁତୁମା ଘାଟିରେ ବସ୍ର ଚାଳକ ବ୍ରେକ୍ ଫେଲ୍ ହେବାର ସମ୍ମୁଖୀନ ହୋଇଥିଲେ। ସେ ଶତ ଚେଷ୍ଟା କରି ମଧ୍ୟ ବସ୍କୁ ନିୟନ୍ତ୍ରଣ କରିପାରି ନଥିଲେ। ବସ୍ଟି ଦୁର୍ଘଟଣାର ସାମ୍ନା କରିବା ପରେ ଏଥିରୁ ତିନି ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି।