୧୭ କୋଟିର ଗଞ୍ଜେଇ ଜବତ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି: ୧୭ କୋଟିର ବିପୁଳ ଗଞ୍ଜେଇ ଜବତ। ୨୪ ଘଣ୍ଟା ଭିତରେ ପୃଥକ ପୃଥକ ୩ଟି ସ୍ଥାନରୁ ଜବତ।କାଲିମେଳା, ବାଲିମେଳା ଓ ଚିତ୍ରକୋଣ୍ଡାରୁ ଜବତ।ମୋଟ ୧୬ କ୍ବିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ନେଇ SPଙ୍କ ସୂଚନା।

ଆକ୍ସନ ମୁଡରେ ମାଲକାନଗିରି ପୁଲିସ। ୨୪ ଘଣ୍ଟାରେ ପ୍ରାୟ ୧୭ କୋଟି ଟଂକାର ଗଂଜେଇ ଜବତ କରିଛି। ମାଲକାନଗିରି ଜିଲ୍ଲାରେ ଏନେଇ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରିଛି ମାଲକାନଗିରି ପୁଲିସ। ବାଲିମେଳା ଥାନାରେ ଅଭିନବ ଉପାୟରେ କଣ୍ଟେନରରେ ୭୭୦ କିଲୋ ଗଂଜେଇ ଚାଲାଣ ବେଳେ ମାଡି ବସିଥିଲା ବାଲିମେଳା ପୁଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା। ଏହି ମାଫିଆମାନେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି।

Leave A Reply

Your email address will not be published.