ଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟର ୫ ସହରର ୪୦ ଡିଗ୍ରୀ ତାପମାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୁରୁବାର ଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଛି। ସାଢେ ୧୧ଟା ସୁଦ୍ଧା ୪୧.୧ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ୩ ସହର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି।

ଭୁବନେଶ୍ବରର ତାପମାତ୍ରା ୪୧.୧ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ୱର ସହିତ ହୀରାକୁଦ, ବାଲେଶ୍ୱର, ଝାରସୁଗୁଡା, ଚାନ୍ଦବାଲି ଆଦି ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । ଆଜି ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଥିଲା।  ୩୬ ଡିଗ୍ରୀ ସହ ଆଜି ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

ସେପଟେ ଆଗାମୀ ୫ଦିନ ରାଜ୍ୟରେ ତାତି ଆହୁରି ବଢିବ । ୨୭ ଏବଂ ୨୮ ତାରିଖ ବେଳକୁ ମୟୁରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର , ନୂଆପଡା, କେନ୍ଦୁଝର , ସୁନ୍ଦରଗଡ, କଳାହାଣ୍ଡି , ବାଲେଶ୍ଵର ଏଭଳି ୧୦ ଜିଲ୍ଲାରେ ସିଭିୟର୍ ହିଟଓ୍ବେଭ୍ ଦେଖିବାକୁ ମିଳିବ। ତେଣୁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

Leave A Reply

Your email address will not be published.