ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଜି ବଡ ଘୋଷଣା କରିଛନ୍ତି ମୋଦି ସରକାର । ତେବେ ଏହା ଏବେ ସୁପ୍ରିମକୋର୍ଟରେ ପହଞ୍ଚି। ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଆବେଦନ। ଇଣ୍ଡିଆନ୍ ୟୁନିଅନ ମୁସଲିମ୍ ଲିଗ୍ ତଥା IUML ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି।
ଏବେ 2014 ମସିହା ଡିସେମ୍ବର ପୂର୍ବରୁ 3 ପଡୋଶୀ ଦେଶରୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ଅଣ-ମୁସଲିମ ଶରଣାର୍ଥୀ ଭାରତୀୟ ନାଗରିକତା ପାଇବେ । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ଆସିଥିବା ଅଣ-ମୁସଲମାନ ନାଗରିକଙ୍କୁ ଏହି ନିୟମ ଅଧୀନରେ ଭାରତୀୟ ନାଗରିକତା ପ୍ରଦାନ କରାଯିବା ସୁଗମ ହେବ । IUML କହିଛି ଯେ, CAA ହେଉଛି ଅସାମ୍ବିଧାନିକ। ମୁସଲମାନମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ। ନାଗରିକତ୍ୱ ଅଧିନିୟମ ଅନୁଯାୟୀ କେବଳ କେତେକ ଧର୍ମର ଲୋକଙ୍କୁ ନାଗରିକତ୍ୱ ଦିଆଯିବ। ଯାହା ଧାର୍ମିକ ପରିଚୟ ଆଧାରରେ ବର୍ଗୀକରଣ ଭାରତୀୟ ସମ୍ବିଧାନର ଧାରା ୧୪ ଏବଂ ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ କରିଛି।
ତେଣୁ ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ପ୍ରାୟ ୨୫୦ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ନ ଶୁଣାଇବା ଯାଏଁ CAA ନିୟମର କାର୍ଯ୍ୟକାରିତା ଉପରେ ରୋକ ଲଗାଇବା ଉଚିତ ବୋଲି ଆଇୟୁଏମ୍ଏଲ୍ ନିଜ ଆବେଦନରେ କହିଛି। କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ଏହାକୁ କଂଗ୍ରେସ ଓ ଡିଏମକେ ଭଳି ଅନେକ ବିରୋଧୀ ଦଳ ମଧ୍ୟ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଏହା କରାଯାଇଛି ବୋଲି କହିଛି କଂଗ୍ରେସ।