ମାଳି ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଳି ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।ମାଳି ପର୍ବତ ଖଣି ଲିଜକୁ ପ୍ରତ୍ୟାହର କରିବାକୁ ମାଳି ସୁରକ୍ଷା ସମିତି ଦାବି କରିଛି।ଆଜି ମାଳି ସୁରକ୍ଷା ସମିତିର କର୍ମକର୍ତ୍ତାମାନେ କୋରାପୁଟ ଆସି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ।ମାଳି ପର୍ବତ ଖଣି ଲିଜକୁ ପ୍ରତ୍ୟାହର କରିବା ସହ ଯେଉଁ ମାନଙ୍କ ନାମରେ ମିଥ୍ୟା କେସ କରାଯାଇଛି ତାହାକୁ ପ୍ରତ୍ୟାହର କରିବା, ଅଞ୍ଚଳବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଗୋଷ୍ଠି ସମ୍ବଳ ଅଧିକାର ପ୍ରଦାନ କରିବା ଏବଂ ୨୦୨୩ ଜଙ୍ଗଳ ସଂଶୋଧନ ଆଇନ ପ୍ରତ୍ୟାହର କରିବା ପ୍ରମୁଖ ଦାବି ରହିଥିବା ମାଳି ସୁରକ୍ଷା ସମିତିର ସଭାପତି ବିଜୟ ଖିଲ କହିଛନ୍ତି। ଯଦି ଦାବି ସମାଧାନ କରା ନ ଯାଏ ତେବେ ଆସନ୍ତା ନିର୍ବାଚନର ଭୋଟଦାନରେ ସରକାରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।ଖୁବ୍ ଶୀଘ୍ର ବୈଠକ କରାଯାଇ ଦାବି ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ କହିଛନ୍ତି।

ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନୋଟିକସ ଲିମିଟେଡ ପ୍ରକଳ୍ପ ନିର୍ମାଣ ନିମନ୍ତେ ବିସ୍ଥାପିତ ମାନଙ୍କ ଜମି ନିଆଯାଇଥିଲା । ପ୍ରକଳ୍ପ ନିର୍ମାଣ ପରେ ଅବ୍ୟବହୃତ ହୋଇ ପଡି ରହିଥିବା ଜମିକୁ ବିସ୍ଥାପିତ ମାନଙ୍କୁ ଫେରସ୍ତ କରିବାକୁ ହାଲ ବିସ୍ଥାପିତ ସଂଘ ଦାବି କରିଥିବା ସଭାପତି ତ୍ରିଲୋଚନ ମୁଦୁଲି କହିଛନ୍ତି। ବିସ୍ଥାପିତ ଥଇଥାନ ନୀତି ଅନୁସାରେ ଥଇଥାନ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ।ଆଲୋଚନା ମାଧ୍ୟମରେ ଦାବି ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.