ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ।ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ଲଖଣାପଡା ଗ୍ରାମରେ ଲଖଣଶ୍ରୀ ମନ୍ଦିର ରେ କଳାକନା ବୁଲାଇଲେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ର ଅଳଙ୍କାର ଚୋରି । ବସ୍ତା ଲିଖିତ ଥାନାରେ ଅଭିଯୋଗ ।

ସୋମବାର ବିଳମ୍ବିତ ରାତିରେ ଲଖଣାପଡା ଗ୍ରାମର ଥିବା ଲଖଣଶ୍ରୀ ମନ୍ଦିର ର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ର ସୁନା ଅଳଙ୍କାର ମଧ୍ୟରେ ତିନିଭରି ଓଜନର ରାଣୀ ଓ ଚିକ ହାର, ତିନୋଟି ସୁନା ପାଦୁକା, ୪ ଟି ରୂପା ପାଦୁକା, ୮୦୦ ଗ୍ରାମ ର ରୂପା ମୁକୁଟ ଏବଂ ଠାକୁର ଙ୍କ ର ଆସବାବପତ୍ର, ମନ୍ଦିର ର ଥିବା ଚାରୋଟି ଘଣ୍ଟି (ଜାହାର ଓଜନ ୫୫,୪୫,୩୦,୨୦ କେଜିରୁ ଅଧିକ) ସମେତ ଅନ୍ୟାନ୍ୟ ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ ୫ ଲଖ୍ଯ ରୁ ଉର୍ଦ୍ଧ୍ବ ହେବ ବୋଲି ଅଭିଯୋଗ ହୋଇଛି।

ତେବେ ସକାଳେ ସମୟରେ ମନ୍ଦିର ଧୋଇବା ପାଇଁ ଆସିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ।ମନ୍ଦିରରେ ଥିବା ତିନଟି ଗେଟ୍ ର ତାଲାକୁ ଭାଙ୍ଗି ଗେଟ୍ ର ଥିବା ହୁକ କୁ ଗ୍ୟାସ କଟର ସାହାଯ୍ୟ ରେ କାଟିଥିବା ଦେଖିବାକୁ ମିଳିଥିଲା ।ଘଟଣା ବାବଦରେ ଗ୍ରାମବାସୀ ମାନେ ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.