ବେଆଇନ ପଥର ବୋଝେଇ ଡମ୍ପର ଜବତ; ଡ୍ରାଇଭର ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ପଥର ବୋଝେଇ ଡମ୍ପର ଜବତ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରୁ ଏକ ବେଆଇନ ପଥର ବୋଝେଇ ଡମ୍ପରକୁ ସୋର ପୁଲିସ ଜବତ କରିଥିବା ଜଣାଯାଇଛି।

ଏହାର ଚାଳକକୁ ମଧ୍ୟ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା ପରେ ଗିରଫ କରିଥିବା ସୂଚନା ମିଳିଛି।ଆଜି ଉତ୍ତରେଶ୍ୱର ନିକଟରେ ସୋର ପୁଲିସ ପକ୍ଷରୁ ବାଗୁଡ଼ି ପଥର ଖାଦାନରୁ ପଥର ବୋଝେଇ କରି ଆସୁଥିବା ପଥର ବୋଝେଇ ଡମ୍ପର ଗୁଡିକର କାଗଜପତ୍ର ଯାଞ୍ଚ କରାଯାଉଥିଲା।

ଏହି ସମୟରେ ଏକ ଡମ୍ପର ବେଆଇନ ଭାବେ ପଥର ବୋଝେଇ କରି ଆସୁଥିବା ବେଳେ ପୁଲିସ ଡମ୍ପର ଟିକୁ ଜବତ କରି ଥାନାକୁ ଆଣିବା ସହିତ ଏକ ମାମଲା ରୁଜ୍ଜୁ କରି ଏହାର ଚାଳକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପରବର୍ତ୍ତି ସମୟରେ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.