ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ଗୋରୁ ବୋଝେଇ ଗାଡିକୁ ଜବତ, ୨୮ଗୋରୁ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ବାରିକପୁର ହାଟରେ ସୋର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ଚାଲାଣ ହେଉଥିବା ୨୮ଟି ଗୋରୁଙ୍କୁ ଉଦ୍ଧାର କରିବା ସହିତ ଦୁଇଟି ଗାଡି ଜବତ କରାଯାଇଛି।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାରିକପୁର ହାଟରୁ ଦୁଇଟି ଗାଡ଼ିରେ ଅମାନୁଷିକ ଭାବେ ୨୮ଟି ଗୋରୁ ବୋଝେଇ କରି କଲିକତା ଅଭିମୁଖେ ଚାଲାଣ ହେଉଥିବା ଖବର ପାଇ ସୋର ପୁଲିସ ଚଢ଼ାଉ କରିଥିଲେ। ଏହି ସମୟରେ ଗାଡିର ଡ୍ରାଇଭର ଓ ହେଲ୍ପର ଗାଡି ଛାଡି ଫେରାର ହୋଇଯାଇଥିଲା |
ପୁଲିସ ଓଡି ୦୧ ଏଆର ୧୭୦୬ ନମ୍ବର ବିଶିଷ୍ଟ ପିକଅପ ରୁ ୮ ଟି ଏବଂ ଡବ୍ଲୁବି ୨୯ଏ ୪୦୩୪ ନମ୍ବର ବିଶିଷ୍ଟ ଆଇଚର ଟ୍ରକରୁ ୨୦ ଟି ଗୋରୁକୁ ଉଦ୍ଧାର କରିଥିଲେ। ପରେ ଗୋରୁ ଗୁଡିକୁ ମଇତାପୁର ଗୋଶାଳାରେ ଛାଡିଥିବା ବେଳେ ଗଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ।