ଓଡ଼ିଆ ନ୍ୟୁଜ୍: ସରିଲା କ୍ୟାବିନେଟ୍ ବୈଠକ; ମୁଖ୍ୟ ଶାସନ ସଚିବଙ୍କ ସୂଚନା।୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ରେ ମଞ୍ଜୁରୀ।
ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର। ମାର୍ଚ୍ଚ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ଜାରି ରହିବ ବିମାନ ଉଡ଼ାଣ। ପରବର୍ତ୍ତୀ ସମୟରେ ବିମାନ ଚାଲିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେଶ୍ ସାମଗ୍ରୀ। କଲ୍ୟାଣୀ ଗ୍ରୁପ ତରଫରୁ ଇଣ୍ଟିଗ୍ରେଟେଡ୍ ନ୍ୟୁ ଏଜ୍ ମାନ୍ୟୁଫାକ୍ଚର କମ୍ପ୍ଲେକ୍ସ ହେବ।ଢେଙ୍କାନାଳ ଗଜମରାରେ ୧୧ ଶହ ଏକର ଜମିରେ ନିର୍ମାଣ କରାଯିବ।
୧୭ ହଜାର ୨୫୦ କୋଟି ଟଙ୍କା ନିବେଶ ହେବ- ମୁଖ୍ୟ ସଚିବ।୨୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରିବ।ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ- ୨୦୨୨ର ସଂଶୋଧନ।ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ-୨୦୨୬ ପ୍ରଣୟନ। ଓଡ଼ିଶା ସୁପରିୟର ଜୁଡିସିଆଲ୍ ସର୍ଭିସ, ଜୁଡିସିଆଲ୍ ସର୍ଭିସ ରୁଲ୍ସ ୨୦୦୭ ସଂଶୋଧନ।