ରାଜନୈତିକ ଅପରାଧୀକରଣ ବିରୋଧରେ ସ୍ୱତନ୍ତ୍ର ବିଧାନସଭା ଅଧିବେସନ ଡକାଯାଉ, ରାଜ୍ୟପାଳଙ୍କ ନିକଟରେ ବିଜେପି ବିଧାୟକଙ୍କ ଫେରାଦ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶାନ୍ତିପ୍ରିୟ ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ନିରଙ୍କୁଶ ଶାସନ କରି ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଆଇନ ତା’ବାଟରେ ଯିବ ବୋଲି କହୁଥିବା ବେଳେ ନିଜେ ଅପରାଧରେ ସଂଶ୍ଲିଷ୍ଟ ହୋଇ ରାଜ୍ୟ ରାଜନୀତିକୁ ଅପରାଧୀକରଣ କରିବାରେ ପ୍ରସୋôହନ ଦେଇ ରାଜ୍ୟରେ ଅରାଜକତା ସୃଷ୍ଟି କରି ରାଜ୍ୟର ଆଇନ ଶୃଙ୍ଖଳା ଭଙ୍ଗ କରିଥିବାରୁ ଭାରତୀୟ ଜନତା ପାର୍ଟି ଦୃଢ଼ ବିରୋଧ କରୁଛି ଏବଂ ଏକ ସ୍ୱତନ୍ତ୍ର ବିଧାନସଭାର ଅଧିବେଶନ ଡାକି ଏ ବିଷୟରେ ଆଲୋଚନା କରାଯିବାର ନିହାତି ଆବଶ୍ୟକ ରହିଛି । ଆଜି ଭାରତୀୟ ଜନତା ପାର୍ଟୀର ବିଧାୟକମାନେ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବୀ ଜଣାଇଛନ୍ତି ।
ଦୀର୍ଘ ୨୩ ବର୍ଷର ନିରଙ୍କୁଶ ଶାସନ କାଳରେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ସିଧାସଳଖ ନିଜେ ହତ୍ୟା, ଯୌନକାର୍ଯ୍ୟରେ ଲିପ୍ତ, ଗଣଧର୍ଷଣ, ନାରୀ ନିର୍ଯ୍ୟାତନା, ଶିଶୁ ଅପହରଣ, ସାକ୍ଷ୍ୟ ପ୍ରମାଣ ନଷ୍ଟପାଇଁ ମୁଖ୍ୟ ଅଭିଯୁକ୍ତ ତଥା ସାକ୍ଷୀମାନଙ୍କୁ ହତ୍ୟାକରି ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ ସୁରକ୍ଷା ଦେଇ ଅରାଜକତା ସୃଷ୍ଟିକରି ନିଜେ ଆଇନ ଶୃଙ୍ଖଳାକୁ ନିଜ ହାତରେ ବିଜୁ ଜନତା ଦଳ କବଜା କରିଛି । ନିଜର ଅପରାଧିକ ଚେହେରା ଖୋଲିଯିବା ଭୟରେ ଏବଂ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଜାଣିଶୁଣି ଏବଂ ଚକ୍ରାନ୍ତ କରି ଗତ ବିଧାନସଭା ଅଧିବେସନକୁ ବନ୍ଦ କରିଦେଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି ।

କୁନ୍ଦୁଲୀର ପୀଡିତାଠାରୁ ବେବିନା ପର୍ଯ୍ୟନ୍ତ ସମସ୍ତ ମାମଲାକୁ ବିଜୁ ଜନତା ଦଳ ସରକାର ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଅସମର୍ଥ ହେଲେ । ନୟାଗଡର କୁନି ଝିଅ ‘ପରୀ’, ଯାଜପୁର ପିହୁ, ମାହାଙ୍ଗାର ଡବଲ ମର୍ଡର ଘଟଣାରେ ୠଓଜ ରେ ୧୩ ନମ୍ବର ମୁଦାଲା ଥିବା ତତ୍‌କାଳୀନ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏବଂ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଟ୍ରକ ଚଡାଇ ହତ୍ୟା କରାଯିବା ଘଟଣା, ବିଜୁ ଜନତା ଦଳର ନିମାପଡା ଜିଲ୍ଲା ପରିଷଦର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସଂପୃକ୍ତିକୁ ମଧ୍ୟ ବିଜୁ ଜନତା ଦଳ ସରକାର ଘଂଟ ଘୋଡାଇବା ପାଇଁ ଆଇନକୁ ନିଜ ହାତକୁ ନେଇଛନ୍ତି । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ଖସାଇବା ଚକ୍ରାନ୍ତ ଏବଂ ଘଟଣାକୁ ଚାପି ଦେବା ପାଇଁ ବର୍ତମାନ ମୁଖ୍ୟ ସାକ୍ଷୀ ଗୋବିନ୍ଦ ସାହୁଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ମଧ୍ୟ ବିଜୁ ଜନତା ଦଳ ସରକାର ପଛଘୁଂଚା ଦେଇ ନାହିଁ । ଘଉଜଈ ରିପୋର୍ଟ ଅନୁଯାୟୀ ୨୦୨୧-୨୨ ମସିହାରେ ଓଡ଼ିଶା କ୍ରାଇମ ରେଟରେ ତୃତୀୟ ସ୍ଥାନ ହାସଲ କରିଛି ଓ ଓଡ଼ିଶାର ଉକ୍ଟଦ୍ଭଙ୍ଖସମଗ୍ଧସକ୍ଟଦ୍ଭ ଜବଗ୍ଧର ର ଚରକ୍ସମରଦ୍ଭଗ୍ଧବଶର ମାତ୍ର ୫.୭% ଥିବାରୁ ଏହା ସ୍ପଷ୍ଟଭାବରେ ସୂଚାଇ ଦେଉଅଛି ଯେ ଓଡ଼ିଶା ଆଇନ ଶୃଙ୍ଖଳା ରାଜ୍ୟ ପ୍ରଶାସନ ହାତରେ ନ ରହି ବିଜୁ ଜନତା ଦଳ କବଜାରେ ଅଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଅଣଦେଖା କରି ଗୋଟିଏ ପଟେ ଆଇନ ତା’ବାଟରେ ଯିବାକୁ କହୁଥିବା ବିଜୁ ଜନତା ଦଳ ସରକାର ଅନ୍ୟପଟେ ଶାନ୍ତିପ୍ରିୟ ଓଡ଼ିଶାରେ ରାଜନୀତିରେ ଅପରାଧୀ କରଣର ପ୍ରେସୋôହନ ଦେଉଥିବା ବିଷୟକୁ ଓଡ଼ିଶାର ଜନସାଧାରଣ ତଥା ଭାରତୀୟ ଜନତା ପାର୍ଟି ଦୃଢ଼ ଭାବରେ ନିନ୍ଦାକରି ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକି ରାଜନୀତିର ଅପରାଧୀକରଣ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନା କରିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ଅବସରରେ ବିଧାୟକ ସୁବାଷ ପାଣିଗ୍ରାହୀ, ଭାସ୍କର ମଢେଇ, ଶଙ୍କର ଓରାମ, ସୁକାନ୍ତ ନାୟକ, ପ୍ରକାଶ ସୋରେନ, ନବଚରଣ ମାଝୀ, ମୁକେଶ ମହାଲିଙ୍ଗ, ବୁଧାନ ମୁର୍ମୁ, ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.