ଡ୍ରାଇଭର ବେଶରେ ଆସିଲେ, ଲକ୍ଷାଧିକ ଟଙ୍କା ଲୁଟିଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଡ୍ରାଇଭର ବେଶରେ ଆସିଲେ, ଲକ୍ଷାଧିକ ଟଙ୍କା ଲୁଟିଲେ| ରାଇକେଲା ଗୀତାରାଣୀ ମାଇନ୍ସରୁ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍ | ଗତ ବିଳମ୍ବିତ ରାତି ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ରାଇକେଲା ଠାରେ ଥିବା ଗୀତାରାଣୀ ମହାନ୍ତି ମାଇନ୍ସରୁ ସଶସ୍ତ୍ର ଲୁଟ୍ ହୋଇଥିବା ଜଣା ପଡିଛି।

ସୂଚନାନୁସାରେ ପାଞ୍ଚ ଜଣ ଦୁର୍ବୃତ୍ତ ଡ୍ରାଇଭର ବେଶରେ ଆସି ଏକ ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ ମାଇଁନିଂ ଲିମିଟେଡ଼ ନିକଟରୁ ବନ୍ଧୁକ ଓ ଟାଙ୍ଗିଆ ଦେଖାଇ ପାଖାପାଖି ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ ।

ଲୁଟିବା ବେଳେ ଦୁର୍ବୃତ୍ତ ମାନେ ମୁଖା ପିନ୍ଧିଥିବା ବେଳେ ହାତରେ ଟାଙ୍ଗିଆ ଓ ବନ୍ଧୁକ ଧରି ଥିବା ମଧ୍ୟ ଦେଖା ଯାଇଥିଲା। ଯାହାର ସିସିଟିଭି ଫୁଟେଜ ଆପଣ ଦେଖି ପାରୁଥିବେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.