ଚାଷୀମାନେ କ୍ଷତି ସହି ନପାରି ଘେରାଉ କଲେ ଖାଦ୍ୟ ଯୋଗାଣ କାର୍ଯ୍ୟାଳୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ତାତିଲେ ଚାଷୀ, ଘେରିଲେ ଖାଦ୍ୟ ଯୋଗାଣ କାର୍ଯ୍ୟାଳୟ।କାରଣ ଧାନ କିଣାବିକାରେ ମିଳୁନି ଉଚିତ୍ ମୂଲ୍ୟ ସହିତ ଧାନ କୁଇଣ୍ଟାଲ୍ ପିଛା 10 କେଜି କରା ଯାଉଛି ବାଦ। ଲାଭ କରିବାକୁ ଚାଷୀ ଧାନ ବାହାରେ ବିକ୍ରିକଲେ ବେଆଇନ କହି ଧାନ ଗାଡ଼ି କରାଯାଉଛି ଜବତ୍।

ଆଜ୍ଞା ହଁ, ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଯେଉଁଠାରେ ଚାଷୀମାନେ ଧାନ କିଣାବିକା ରେ ହେଉଛନ୍ତି ହନ୍ତସନ୍ତ। ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ ଏବଂ ମିଲ୍ ମାନଙ୍କରେ ଧାନ କିଣାବିକା ସମୟରେ ପ୍ରତ୍ୟେକ ବସ୍ତାରୁ କୁଇଣ୍ଟାଲ୍ ପିଛା ୧୦ କେଜି ଧାନ ବାଦ୍ କରି ଦିଆଯାଉଛି। ଯାହା ଫଳରେ ଚାଷମାନଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ଲ୍ୟାମ୍ପ ଧାନ ନେବାକୁ ମନା କରିଦେଉଛନ୍ତି।

ଅନ୍ୟପଟେ ଚାଷୀ କ୍ଷତି ସହି ନପାରି ଧାନ ବିକ୍ରି କରି କିଛି ଲାଭ ପାଇବା ପାଇଁ ଧାନକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ବା ବାହାର ମିଲାରଙ୍କୁ ଧାନ ବିକ୍ରି କରୁଛନ୍ତି। କିନ୍ତୁ ସେଥିରେ ଖାଦ୍ୟ ଯୋଗାଣ ବିଭାଗ ବିଭିନ୍ନ ସମୟରେ ବେଆଇନ ଭାବେ ଧାନ ବାହାରକୁ ଚାଲାଣ କରୁଥିବା କହି ଧାନ ଗାଡ଼ି ଜବତ୍ କରୁଛି। ଏବଂ ଦୀର୍ଘ ଦିନ ଧରି ଧାନ ଗାଡ଼ିରେ ପଡ଼ିରହିବା ଜଗୁ ଧାନ ନଷ୍ଟ ହେଉଛି ଆଉ ଚାଷୀ କ୍ଷତି ସହୁ ଥିବାରୁ ଏହାର ସମାଧାନ ପାଇଁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ଅନ୍ୟକ୍ଷରେ ଖାଦ୍ୟ ଯୋଗାଣ ବିଭାଗର ସହକାରୀ ଅଧିକାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ପରେ ଚାଷୀଙ୍କ ଜବତ୍ କରାଯାଇଥିବା ଧାନ କୁ ରିଲିଜ୍ କରିବା ସହ ଆଉ ଜବତ୍ କରାଯିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି।

Leave A Reply

Your email address will not be published.