ବାରଭାୟା ଗ୍ରାମର ମହିଳା ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯୋଡୁମୁ ଥାନା ଅନ୍ତର୍ଗତ ବାରଭାୟା ଗ୍ରାମର ମହିଳା ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଅଭିଯୋଗ । ସୂଚନରୁ ଜଣା ପଡ଼ିଛି ନରସିଂହପୁର ବ୍ଲକ ରେ ଥିବା ଚକାମୁଣ୍ଡା ପଂଚୟତ ର ବାରଭାୟା ଗ୍ରାମର ରିନା ପ୍ରତିହାରୀଙ୍କୁ ସେହି ଗ୍ରାମର କିଛି ଯୁବକ ପୂର୍ବରୁ ବାରମ୍ବାର କମେଣ୍ଟ ମାରିବା ସହ ଆଶାଳୀନ ମନ୍ତବ୍ୟ ଦେଉଥିଲେ।

ଏ ବିଷୟରେ ଯୋଡୁମୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ।କିନ୍ତୁ ଥାନା ଅଧିକାରୀ ଏହାକୁ କର୍ଣ୍ଣପାତ କରି ନ ଥିଲେ। ଯାହାଫଳରେ ପରବର୍ତୀ ସମୟରେ ଉକ୍ତ ଯୁବକ ମାନେ ପୁଣି ଧମକ ଦେଇ ଘରେ ପଶିଥିଲେ।ବାଟରେ ତାଙ୍କ ସ୍ୱାମୀ ଆସୁଥିବା ବେଳେ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ନରସିଂହପୁର ମେଡିକାଲ ଓ ପରେ କଟକ ସ୍ଥାନାନ୍ତରିତ ହୋଇଥିଲେ। ଖବର ପ୍ରସାରଣ ପରେ ପୋଲିସ ନାମକୁ ମାତ୍ର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଆସାମୀ ଚାରି ଜଣଙ୍କୁ ଛାଡି ଦେଇଛି।

ଯାହା ଫଳରେ ଗ୍ରାମରେ ଏହି ଚାରି ଜଣ ଆତଙ୍କ ଖେଳାଉଛନ୍ତି।ନିଜ଼ର ବିପଦ ଅଛି ଜାଣିବା ପରେ ଯୋଡୁମୁ ଥାନା ଅଧିକାରୀ ଙ୍କୁ ଅଭିଯୋଗ ପରେ ଉକ୍ତ ମହିଳାଙ୍କୁ ଧମକ ଦିଆଯାଉଛି। ଥାନାରୁ ନିରାଶ ପରେ ଆଠଗଡ଼ ଉପଖଣ୍ଡ ଅଧିକାରୀଙ୍କୁ ଜଣାଇ ଥିଲେ।ଆଜି ଜଣାଇବା ପରେ ଥାନା ଅଧିକାରୀଙ୍କୁ ତାଗିଦ କରିବା ସହ ତୁରନ୍ତ ଗିରଫ ପାଇଁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.