ରୋଟାରୀ କ୍ଳବ ଓ ଇନର ହୁଇଲ ପକ୍ଷରୁ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରୋଟାରୀ କ୍ଳବ ଓ ଇନର ହୁଇଲ ପକ୍ଷରୁ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ। ବାରିପଦା ରୋଟାରୀ କ୍ଳବ, ଇନର ହୁଇଲ ଏବଂ କିମସ ଡେଣ୍ଟାଲ କଲେଜ ର ମିଳିତ ଆନୁକୂଲ୍ୟରେ ଲକ୍ଷ୍ମୀପୋଷି ସ୍ଥିତ ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଠାରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ କୁ ଇନର ହୁଈଲ,ଏବଂ ରୋଟାରୀ କ୍ଳବର ସଦସ୍ୟ ଆୟୋଜନ କରିଥିବା ବେଳେ କିମସ ଡେଣ୍ଟାଲ ହସ୍ପିଟାଲ ରୁ ୧୬ ଜଣ ଡାକ୍ତର ଏହି ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଚିକିତ୍ସା ପ୍ରଦାନ କରିଛନ୍ତି।ତେବେ ଏହି ଶିବିରରେ ୧୩୨ଜଣ ଛାତ୍ରଛାତ୍ରୀ ଙ୍କୁ ପରୀକ୍ଷା ପରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ କିମସ ପକ୍ଷରୁ ଏକ ସ୍ୱତନ୍ତ୍ର ଚିକିତ୍ସା ଭେନ୍ ମଧ୍ୟ ନିୟୋଜିତ କରାଯାଇଥିଲା।

ଏଭଳି ଏକ ନିଆରା କାର୍ଯ୍ୟକ୍ରମ ପାଇଁ ସହଯୋଗର ହାତବଢାଇଥିବା କିସ ଓ କିଟ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଟାରୀ ଏବଂ ଇନାର ହୁଇଲ ର ସଦସ୍ୟ।ସେହିଭଳି ରଘୁନାଥପୁର ଠାରେ ଥିବା ଜୀବନ ଜ୍ୟୋତି ସେଣ୍ଟର ରେ ଥିବା ୩୪ ଜଣ ବିଭିନ୍ନ ବର୍ଗର ମାନସିକ ଏବଂ ଶାରୀରିକ ଅକ୍ଷମ ପିଲାମାନଙ୍କର ମଧ୍ୟ ମାଗଣା ଦନ୍ତ ପରୀକ୍ଷା କରିବା ସହିତ ଚିକିତ୍ସା କରାଯାଇଥିଲା।ଏଭଳି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସ ରୁ ଆସିଥିବା ଡାକ୍ତର ଆନନ୍ଦମୟୀ ବାଗଚି |

ଡାକ୍ତର ପି ଭି ସମୀର ଙ୍କ ସହିତ ୧୪ ଜଣିଆ ଟିମ,ସମେତ ଡେଣ୍ଟାଲ ଶିବିରର ଚେଆରମେନ ରାକେଶ ସିଂ,ରୋଟାରୀ କ୍ଳବର ସଭାପତି ଜ୍ୟୋତିରଞ୍ଜନ ସାହୁ,ସମ୍ପାଦକ ମୋନଜ କୁମାର ଦାସ,ଇନର ହୁଇଲ କ୍ଳବର ସଭାପତି ରାଜଳଷ୍ମୀ ତ୍ରିପାଠୀ,ପ୍ରମୁଖ ଙ୍କ ସମେତ ଡ଼ଃ ପୁଷ୍ପା ପାତ୍ର, ଶ୍ୟାମଳ ପଟ୍ଟନାୟକ, ତିମିର କୁମାର ଘୋଷ,ଅରୁଣ ଦାସ,ପାର୍ବତୀ ମହାପାତ୍ର,ସୌମ୍ୟା ମିଶ୍ର,ଏବଂ ପାର୍ବତୀ ବାରିକ ଉପସ୍ଥିତ ରହି ସହଯୋଗର ହାତ ବଢାଇଥିଲେ।

Leave A Reply

Your email address will not be published.