ବାଲେଶ୍ବରରୁ ଗଞ୍ଜେଇ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ତାଳସାରି ଥାନା ଦୀଘା ବୋର୍ଡର ନିକଟରେ ଥିବା ନାକା ପଏଣ୍ଟ ରୁ ଗଞ୍ଜେଇ ଭର୍ତ୍ତି ଆଟାଚି ସହ ମୋବାଇଲ୍ ଫୋନ୍ ଜବତ, ଜଣେ ଗିରଫ, ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଜଳେଶ୍ୱର ଏସଡିପିଓ। ସୂଚନା ଅନୁସାରେ ଗତ କାଲି ଦିନ ଗୋଟାଏ ସମୟରେ ଦୀଘା ବୋର୍ଡ଼ରେ ଥିବା ନାକା ପ ଏଣ୍ଟ ନିକଟରେ ଦୁଇଜଣ ଯୁବକ ବସରୁ ଓହ୍ଲାଇ ପଶ୍ଚିମବଙ୍ଗ ଯିବାପାଇଁ ନାକା ପଏଣ୍ଟ ପାରି ହେଉଥିବା ସମୟରେ, ପୋଲିସ ସନ୍ଦେହ କରିଥିଲା ଏବଂ ଯୁବକ ଦୁଇଜଣଙ୍କୁ ଅଟକ କରିବାକୁ ଚେଷ୍ଟା କରୁଥିବା ସମୟରେ ଯୁବକ ଦୁଇଜଣ ଦୈ।ଡିବା ଆରମ୍ଭ କରିଥିଲେ।

ସେଠାରେ ଥିବା ପୋଲିସ କର୍ମଚାରୀ ମାନେ କୈ।ଶଳକ୍ରମେ ଜଣକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ଏକ ଆଟାଚିକୁ ଜବତ କରିଥିଲେ। ତେବେ ଆଟାଚି ଭିତରେ ୬ କିଲୋ ୧୨୫ ଗ୍ରାମର ଗଞ୍ଜେଇ ଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଆଜି ଜଳେଶ୍ଵର ଥାନା ପରିସରରେ ଏସଡିପିଓ ଦିଲ୍ଲୀପ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ଗିରଫ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଜିଲ୍ଲା,ମଗରାହାଟ ଥାନା,ହୋଲୁବେରିଆ ଗ୍ରାମ ର ୨୦ ବର୍ଷ ର ଯୁବକ ବୋଲି ଜଣାପଡିଛି। ତେବେ ତାଳସାରି ଥାନା ପଖ୍ଯରୁ ୧୩/୨୪ ମୂଳେ ମାମଲା ରୁଜୁ ହେବା ସହିତ ମୁଖ୍ୟ ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ।

Leave A Reply

Your email address will not be published.